ଅବସରପ୍ରାପ୍ତ ପ୍ରଧାନ ବିଚାରପତି ନସିରୁଲ୍ ମୁଲକ୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ
ଇସଲାମାବାଦ : ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ନସିରୁଲ୍ ମୁଲକଙ୍କୁ ସୋମବାର ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ପାକିସ୍ତାନର ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ବୋଲି ବିଦାୟୀ ପ୍ରଧାନମନ୍ତ୍ରୀ ସାହିଦ ଖାକ୍ୱାନ ଆବାସି ଘୋଷଣା କରିଛନ୍ତି। ଜୁଲାଇ ୨୫ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ନିର୍ବାଚନରେ ସ୍ୱଚ୍ଛତା ନେଇ ଶାସକ ପାକିସ୍ତାନ ମୁସଲିମ୍ ଲିଗ୍ ନୱାଜ ଓ ବିରୋଧୀ ପାକିସ୍ତାନ ପିପୁଲ୍ସ ପାର୍ଟି ମୁହାଁମୁହିଁ ହୋଇଥିଲେ। ତେବେ ସରକାର ଏହି ବିବାଦର ଅବସାନ ଘଟାଇବାକୁ ନସିରୁଲ୍ଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗୁରୁବାର ପାକିସ୍ତାନ ସଂସଦକୁ ଭାଙ୍ଗିଦିଆଯାଇଛି।