www.samajalive.in
Saturday, December 13, 2025
27.1 C
Bhubaneswar

ଭାରତକୁ ଭୁରିଭୁରି ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ତୀବ୍ର ସମାଲୋଚନା କରୁଥିବା ଖାନ ଭାରତୀୟ  ବୈ ଦେଶିକ ନୀତିକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି । ଭାରତର ସ୍ବତନ୍ତ୍ର ବୈଦେଶୀକ ନୀତିକୁ ପ୍ରଶଂସା କରିବା ସହ ସେ କହିଛନ୍ତି ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ହେତୁ ରୁଷ ଉପରେ ଆମେରିକା ପ୍ରତିବନ୍ଧକ ଲାଗୁ କରିଥିଲା । ଏହାରି ଭିତରେ ମସ୍କୋରୁ ଅଶୋଧିତ ତୈଳ ଆମଦାନୀ ହୋଇଛି । ଏକ ଉତ୍ସବରେ ଯୋଗ ଦେଇ ଇମ୍ରାନ ଏପରି କହିଥିବା ବେଳେ ସେ ଆହୁରି ମଧ୍ୟ କହିଛନ୍ତି  ଏହି ପ୍ରଶଂସାର ଯୋଗ୍ୟ ଭାରତ ।  ଭାରତର ସ୍ବତନ୍ତ୍ର ବୈଦେଶୀକ ନୀତିକୁ ସେ ପ୍ରଶଂସା କରିବେ ।

ଇମ୍ରାନ କହିଛନ୍ତି ଭାରତ କ୍ୱାଡ ଗୋଷ୍ଠୀର ଏକ ଅଂଶ ଏବଂ ଆମେରିକାର ପ୍ରତିବନ୍ଧକ ସତ୍ତ୍ବେ ରୁଷରୁ ଅଶୋଧିତ ତୈଳ ଆମଦାନୀ କରୁଛି । ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ କ୍ୱାଡ ଗୋଷ୍ଠୀର ସଦସ୍ୟ ଦେଶ । ସୂଚନା ମୁତାବକ ରାଷ୍ଟ୍ରପତି  ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ୨୪ ଫେବ୍ରୁଆରୀରୁ ୟୁକ୍ରେନ ବିରୋଧରେ ରୁଷର କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି ।  ରୁଷର ଏହି ଆକ୍ରମଣକୁ ନେଇ ଆମେରିକାର ନେତୃତ୍ୱାଧୀନ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଡା ପ୍ରତିବନ୍ଧକ ଲଗାଇଛନ୍ତି । ତାଙ୍କର ବୈଦେଶିକ ନୀତି ମଧ୍ୟ ପାକିସ୍ତାନୀ ଲୋକଙ୍କ ହିତରେ ରହିବ ବୋଲି ଖାନ କହିଛନ୍ତି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories