www.samajalive.in
Thursday, December 11, 2025
18.1 C
Bhubaneswar

ଜୟଶ୍ରୀରାମ କ୍ରିକେଟ କ୍ଲବ ଉଦ୍‍ଯାପିତ

ଆଠଗଡ : ମହୋତ୍ସବ ପଡିଆରେ ଜୟଶ୍ରୀରାମ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଜୟଶ୍ରୀରାମ କପ୍‍ କ୍ରିକେଟ ରବିବାର ଫାଇନାଲ ମ୍ୟାଚ ସହ ଉଦ୍‍ଯାପିତ ହୋଇଯାଇଛି । ଅନ୍ତିମ ଦିବସର ଗୋଟିଏ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେମିପାଇନାଲ ମ୍ୟାଚରେ ସିଆରିଆ କ୍ରିକେଟ କ୍ଲବ ଟସ୍‍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରତିପକ୍ଷ କନ୍ତପହଁରା କ୍ରିକେଟ କ୍ଲବ ନିର୍ଦ୍ଦାରିତ ୧୦ ଓଭରରେ ୨୦୭ରନ୍‍ ସଂଗ୍ରହ କରିଥଲା । ୨୦୮ରନ୍‍ ବିଜୟଲକ୍ଷ୍ୟକୁ ପିଛାକରି ସିଆରିଆ ଦଳ ସମସ୍ତ ୱିକେଟ ହରାଇ ୧୦୫ରନ୍‍ ସଂଗ୍ରହ କରି ପରାଜୟ ବରଣ କରିଥିଲା । ସ୍ଥାନୀୟ ଜୟଶ୍ରୀରାମ କ୍ରିକେଟ କ୍ଲବ ଓ କନ୍ତପହଁରା କ୍ରିକେଟ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କନ୍ତପହଁରା ଦଳ ୧୦ଓଭରରେ ୮ୱିକେଟ ହରାଇ ୧୧୮ରନ୍‍ ସଂଗ୍ରହ କରିଥିଲା । ଏହାର ଜବାବରେ ଆୟୋଜକ ଜୟଶ୍ରୀରାମ କ୍ଲବ ପ୍ରଦ୍ୟୁମ୍ନ ସାହୁଙ୍କ ୧୯ବଲରୁ ୪୯ରନ୍‍ ସହାୟତାରେ ଆବଶ୍ୟକୀୟ ରନ୍‍ ସଂଗ୍ରହ କରି ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଥିଲା । ପ୍ରଦ୍ୟୁମ୍ନ କୁମାର ସାହୁ ମ୍ୟାନ ଅଫ ଦି ମ୍ୟାଚ ଓ ସିଲୁ ସାହୁ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ରଞ୍ଜନ ବର୍ମା ଓ ଅମ୍ବୁଜ ରାଉତ ଫାଇନାଲ ମ୍ୟାଚକୁ ପରିଚାଳନା କରିଥିଲେ । ବିଜେଡି ଯୁବନେତା ତଥା ସମାସେବୀ ପ୍ରକାଶ ଚନ୍ଦ୍ର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିଆନ ଓ ରନର୍ସଅଫ ଦଳକୁ ପୁରସ୍କୃତ କରିଥିଲେ । ତାପସ ସେଠୀ, ବିକାଶ ଦାସ, ଅମିତ ପଣ୍ଡା, ତାପସ ପ୍ରଧାନ, ଦେବାଶିଷ ଦାସ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories