www.samajalive.in
Saturday, December 6, 2025
16.1 C
Bhubaneswar

‘ଭାରତ ସହ ଶାନ୍ତି ଆଲୋଚନା ଚାହୁଁଛୁ’: ଇରାନରେ ବଦଳିଲା ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସ୍ଵର

ନୂଆଦିଲ୍ଲୀ: ନିକଟ​‌ରେ ଭାରତ ସହ ହୋଇଥିବା ଯୁଦ୍ଧରେ ମାଟି କାମୁଡ଼ିବାର ୧୫ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବେ ଶାନ୍ତି ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଇରାନ ଗସ୍ତରେ ଥିବା ଶେହବାଜ ଭାରତ ସହିତ କଶ୍ମୀର, ଆତଙ୍କବାଦ, ଜଳ ଏବଂ ବାଣିଜ୍ୟ ସମେତ ସମସ୍ତ ବିବାଦର ସମାଧାନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ, ‘‘ଆମେ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ଏବଂ ଜଳ ପ୍ରସଙ୍ଗ ସମେତ ସମସ୍ତ ବିବାଦର ସମାଧାନ କରିବାକୁ ଚାହୁଁଛୁ ଏବଂ ଆମେ ଆମ ପଡ଼ୋଶୀ ସହିତ ବାଣିଜ୍ୟ ଏବଂ ଆତଙ୍କବାଦ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମଧ୍ୟ ପ୍ରସ୍ତୁତ।’’

‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଘେରିବାରେ ଲାଗିଛି ଭାରତ। ଆତଙ୍କବାଦ ପ୍ରସଙ୍ଗ, ପହଲଗାମ ଆକ୍ରମଣ, ପାକିସ୍ତାନର ଆତଙ୍କୀ ପ୍ରେମ ଓ ଭାରତର ‘ଅପରେସନ୍ ସିନ୍ଦୂର’ର ସଫଳତା ନେଇ ବିଭିନ୍ନ ଦେଶରେ ଆଲୋଚନା କରୁଛନ୍ତି ଭାରତୀୟ ପ୍ରତିନିଧି ଦଳ। ଏପଟେ ଏହି ପରିପ୍ରେକ୍ଷୀରେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଭାରତକୁ ଅନୁସରଣ କରି ନିଜ ସମର୍ଥିତ ଦେଶ ଭ୍ରମଣରେ ଅଛନ୍ତି ଶେହବାଜ ସରିଫ। ଚାରି ଦେଶ ତୁର୍କୀ, ଇରାନ, ଅଜରବୈଜାନ ଓ ତାଜାକିସ୍ତାନ ଗସ୍ତର ଦ୍ଵିତୀୟ ପର୍ଯ୍ୟାୟରେ ତୁର୍କୀରୁ ତେହରାନରେ ପହଞ୍ଚିଛନ୍ତି। ସେଠାରେ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ ସାଦାବାଦ ପ୍ୟାଲେସରେ ତାଙ୍କୁ ସ୍ଵାଗତ କରିଛନ୍ତି। ତାଙ୍କୁ ଗାର୍ଡ଼ ଅଫ୍‌ ଅନର ପ୍ରଦାନ କରାଯାଇଛି ଏବଂ ରାଷ୍ଟ୍ରପତି ପେଜେଶକିଆନଙ୍କ ସହ ତାଙ୍କର ଆଲୋଚନା ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories