www.samajalive.in
Friday, December 12, 2025
15.1 C
Bhubaneswar

ଆନ୍ତର୍ଜାତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଲଓସି ବୁଲାଇ ନେଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲା ତରାର୍‌ ସୋମବାର କେତେକ ସ୍ବଦେଶୀ ଓ ବିଦେଶୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭାରତ ସଂଲଗ୍ନ ନିୟନ୍ତ୍ରଣ ରେଖା (ଏଲଓସି) ବୁଲାଇ ନେଇଥିବା ଜଣାପଡିଛି। ପାକିସ୍ତାନର ଅସଲ ଉଦ୍ଦେଶ୍ୟ ହେଉଛି, ପାକିସ୍ତାନ ସୀମାରେ ଆତଙ୍କବାଦୀ ସଂଗଠନଗୁଡିକ ସକ୍ରିୟ ରହିଛି ବୋଲି ଭାରତ ଯେଉଁ ଅଭିଯୋଗ କରିଆସୁଛି, ତାହାକୁ ଭୁଲ ପ୍ରମାଣିତ କରିବା। ଗସ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଭାରତ ଯାହାକୁ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ବୋଲି ଦାବି କରୁଛି, ପ୍ରକୃତରେ ସେଠାରେ ସାଧାରଣ ନାଗରିକ ବାସ କରୁଥିବା ପାକିସ୍ତାନ ସଫେଇ ଦେଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆତାଉଲ୍ଲା କହିଛନ୍ତି ଯେ ପାକିସ୍ତାନ ଏକ ଦାୟିତ୍ବ ସମ୍ପନ୍ନ ରାଷ୍ଟ୍ର। ଆଞ୍ଚଳିକ ଏବଂ ବିଶ୍ବସ୍ତରରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ପାକିସ୍ତାନ ସବୁବେଳେ ଉଦ୍ୟମ କରିଆସୁଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ପହଲଗାଓଁ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଜୋରଦାର ପ୍ରସ୍ତୁତି ଚଳାଇଛି। ଏହାକୁ ନେଇ ପାକିସ୍ତାନରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ପାକିସ୍ତାନର ଏକାଧିକ ମନ୍ତ୍ରୀ ଇତିମଧ୍ୟରେ ଭାରତ ଉପରେ ପରମାଣୁ ଆକ୍ରମଣ ଧମକ ମଧ୍ୟ ଦେଇସାରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories