www.samajalive.in
Friday, December 12, 2025
14.1 C
Bhubaneswar

ପାକିସ୍ତାନୀ ସେନାର ଯୁଦ୍ଧ ନିଷ୍ପତ୍ତିକୁ ବିରୋଧ, ସାଧାରଣ ନାଗରିକଙ୍କ ବିଦ୍ରୋହ

ଇସଲାମାବାଦ: ​‌ଭାରତ ସହିତ ସାମରିକ ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନରେ ସାଧାରଣ ନାଗରିକଙ୍କ ବିଦ୍ରୋହ ଆରମ୍ଭ ହୋଇଛି। ଭାରତ ବିରୋଧୀ ଯୁଦ୍ଧରେ ସେନାକୁ ସମର୍ଥନ କରିବା ଲାଗି ପାକିସ୍ତାନ ନାଗରିକ ନାରାଜ ହୋଇଛନ୍ତି। ଅସିମ୍ ମୁନିରଙ୍କ ନେତୃତ୍ବାଧୀନ ସେନାର କାର୍ଯ୍ୟକଳାପକୁ ପାକିସ୍ତାନ ନାଗରିକ ନାପସନ୍ଦ କରିଛନ୍ତି। ଭାରତ ବିରୋଧରେ ଯୁଦ୍ଧ ହେଲେ କେଉଁମାନେ ସେନାକୁ ସମର୍ଥନ କରିବେ ବୋଲି ଇସଲାମାବାଦସ୍ଥିତ ଲାଲ ମସ୍‌ଜିଦରେ ସମବେତ ଜନତାଙ୍କୁ ମୌଲବୀ ମୌଲାନା ଅବଦୁଲ୍ ଅଜିଜ୍ ପ୍ରଶ୍ନ କରିବା ସହିତ ହାତ ଉଠାଇବାକୁ କହିଥିଲେ। ମାତ୍ର ସମବେତ ଜନତାଙ୍କ ମଧ୍ୟରୁ କେହି ଜଣେ ହେଲେ ସେନାକୁ ସମର୍ଥନ କରିବା ଲାଗି ହାତ ଉଠାଇ ନ ଥିଲେ। ମୌଲବୀ ଅଜିଜ୍ ମଧ୍ୟ ପାକିସ୍ତାନ ସେନା ଓ ସରକାରକୁ ସମାଲୋଚନା କରିଥିଲେ। ଅଜିଜ୍ କହିଥିଲେ ଭାରତ ତୁଳନାରେ ପାକିସ୍ତାନ ଅଧିକ ନିଷ୍ଠୁର। ଭାରତ କେବେହେଲେ ଲାଲ୍ ମସ୍‌ଜିଦ କିମ୍ବା ୱାଜିରସ୍ଥାନ ଉପରେ ବୋମାମାଡ କରିନାହିଁ। ମାତ୍ର ପାକିସ୍ତାନ ସେନା ୨୦୦୭ରେ ଲାଲ୍‌ ମସ୍‌ଜିଦକୁ ଜବତ କରିବା ସହିତ ଏହା ଉପରେ ବୋମାମାଡ କରିଥିଲା।
ସେହିପରି ଖାଇବର ପଖତୁନଖୱାରେ ଆଉ ଜଣେ ମୌଲବୀ ପାକିସ୍ତାନ ସେନା ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ମୌଲବୀ ଜଣଙ୍କ କହିଛନ୍ତି ଯେ ପାକିସ୍ତାନ ସେନା ପାସ୍ତୁନ ସମ୍ପ୍ରଦାୟଙ୍କ ପ୍ରତି ଅତ୍ୟାଚାର ଚଳାଇଆସୁଛି। ଏହି ପାସ୍ତୁନମାନେ କେବେହେଲେ ପାକିସ୍ତାନ ପାଇଁ ଜିନ୍ଦାବାଦ୍ କହିବେ ନାହିଁ। ଭାରତ ଯଦି ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ସେମାନେ ଭାରତ ସେନା ସପକ୍ଷରେ ବାହାରିବେ ବୋଲି ଉକ୍ତ ମୌଲବୀ ଜଣଙ୍କ କହିଛନ୍ତି। ବେଲୁଚିସ୍ତାନରେ ମଧ୍ୟ ପାକିସ୍ତାନ ସେନା ବିରୋଧରେ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପାକିସ୍ତାନ ସେନା ବାଲୋଚ, ପାସ୍ତୁନ, ପିଟିଆଇ କର୍ମୀ, ଧାର୍ମିକ ନେତା ଓ ସାମ୍ବାଦିକଙ୍କ ବିରୋଧରେ ଦମନଲୀଳା ଚଳାଇଛି। ତେଣୁ ବାଲୋଚ, ପାସ୍ତୁତ ଓ ଇମ୍ରାନ ଖାନ୍‌ଙ୍କ ନେତୃତ୍ବାଧୀନ ପିଟିଆଇ କର୍ମୀମାନେ ଏବେ ପାକିସ୍ତାନ ସରକାର ବିରୋଧରେ ବଡ ଆହ୍ବାନ ଭାବେ ଉଭା ହୋଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories