www.samajalive.in
Saturday, December 6, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ଆତଙ୍କବାଦୀ କାର୍ଯ୍ୟକଳାପ ବିସ୍ତାର ଯୋଜନାରେ ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀ

ନୂଆଦିଲ୍ଲୀ : ବାଂଲାଦେଶସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀମାନେ ଏବେ ଭାରତ ବିରୋଧୀ କାର୍ଯ୍ୟକଳାପରେ ମାତିଛନ୍ତି। ବିଶେଷକରି ପଶ୍ଚିମବଙ୍ଗରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବା ଲାଗି ପାକ୍‍ ଉଚ୍ଚାୟୁକ୍ତ ଅଧିକାରୀମାନେ ଯୋଜନା ଚଳାଇଥିବା ଗୁଇନ୍ଦା ବିଭାଗ କହିଛି। ଗୁଇନ୍ଦା ବିଭାଗ କହିଛି ଯେ ପାକିସ୍ତାନ ଆଇଏସଆଇ ଅଧିକାରୀମାନେ କୂଟନୀତିଜ୍ଞ ବେଶରେ ବାଂଲାଦେଶରେ ସକ୍ରିୟ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଗୁପ୍ତରେ ଭେଟୁଛନ୍ତି ଏବଂ ଭାରତରେ ହିଂସା ଘଟାଇବା ଲାଗି ଉସୁକାଉଛନ୍ତି। ଭାରତୀୟ ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଢାକାରେ କାର୍ଯ୍ୟରତ ପାକିସ୍ତାନର କୂଟନୀତିଜ୍ଞ ଗୁପ୍ତରେ ଆତଙ୍କବାଦୀ ସଂଗଠନ ପରିଚାଳକଙ୍କୁ ଭେଟି ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଇବାକୁ ପ୍ରତିଶ୍ରୁତି ଦେଇଥିଲେ। ସଂଗଠନରେ ନିଯୁକ୍ତି ପାଇଥିବା ନୂଆ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ପ୍ରଶିକ୍ଷଣର ବ୍ୟବସ୍ଥା କରାଇଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ଅସ୍ତ୍ରଶସ୍ତ୍ର ପରିଚାଳନା ପ୍ରଶିକ୍ଷଣ ପରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପଶ୍ଚିମବଙ୍ଗ ପଠାଇବା ଲାଗି ଉକ୍ତ କୂଟନୀତିଜ୍ଞ ଜଣଙ୍କ ପ୍ରସ୍ତାବ ଦେଇଥିଲେ।
ପାକିସ୍ତାନ ଉଚ୍ଚାୟୁକ୍ତର ଅଧିକାରୀଙ୍କ ଏହି ଭାରତ ବିରୋଧୀ କାର୍ଯ୍ୟ ସମ୍ପର୍କରେ ବାଂଲାଦେଶର ଶେଖ ହସିନା ସରକାର ବେଶ ଅବଗତ। ଢାକାରେ ଥିବା ପାକିସ୍ତାନ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଭାରତ ବିରୋଧୀ କାର୍ଯ୍ୟର ପେଣ୍ଠସ୍ଥଳ ବୋଲି ବିବେଚନା କରାଯାଇଛି। ତେଣୁ ପାକିସ୍ତାନର ନୂଆ କୂଟନୀତିଜ୍ଞଙ୍କୁ ବାଂଲାଦେଶ ସରକାର ଗ୍ରହଣ କରିବାକୁ ମନା କରିଛନ୍ତି। ଏହି ପ୍ରସଙ୍ଗ ଭାରତ ଓ ବାଂଲାଦେଶ ପାଇଁ ଉଦ୍‍ବେଗର କାରଣ ହୋଇଛି। ଭାରତର ଅନ୍ୟ ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ ଢାକାସ୍ଥିତ ପାକିସ୍ତାନ ଉଚ୍ଚାୟକ୍ତ ଜାଲ ଭାରତୀୟ ନୋଟ ବଣ୍ଟନ କରୁଛି।
ଗୁଇନ୍ଦା ବିଭାଗ ଗତ ମାସରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଦେଇଥିବା ଏକ ରିପୋର୍ଟରେ ଦର୍ଶାଇଛି ଯେ ବାଂଲାଦେଶର ସାଧାରଣ ନିର୍ବାଚନ ସମୟରେ ଆତଙ୍କବାଦୀ କାର୍ଯ୍ୟ ଘଟାଇବା ଲାଗି ଜମାତ-ଉଲ୍‍-ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ଯୋଜନା କରିଛି। ଜେଏମବିର ଏହି ଯୋଜନାକୁ ସଫଳ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପାକିସ୍ତାନ ପ୍ରତିଶ୍ରୁତି ଦେଇଛି। ପାକ୍‍ କୂଟନୀତିଜ୍ଞଙ୍କ ସହିତ ଜେଏମବିର ବୈଠକରେ ଆତଙ୍କବାଦୀ କାର୍ଯ୍ୟ ଲାଗି ଅସ୍ତ୍ରଶସ୍ତ୍ର, ଆତ୍ମଘାତୀ ବିସ୍ଫୋରଣ ଲାଗି ଭେଷ୍ଟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ବାଂଲାଦେଶ ସାଧାରଣ ନିର୍ବାଚନ ପୂର୍ବରୁ ଜେଏମବି ୩୦୦ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଓ ପ୍ରଶିକ୍ଷଣ ଦେବ। ଆସନ୍ତା ଡିସେମ୍ବରରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories