www.samajalive.in
Saturday, December 6, 2025
14.1 C
Bhubaneswar

ଇମ୍ରାନ ଖାନଙ୍କ ଉପରେ ଝୁଲୁଛି ଗିରଫଦାରୀ ଖଣ୍ଡା; ବାସଭବନରେ ପୁଲିସ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଝୁଲୁଛି ଗିରଫଦାରୀ ଖଣ୍ଡା। ପୁଲିସ ଇମ୍ରାନଙ୍କୁ ଗିରଫ କରିପାରେ। କୁହାଯାଉଛି ଯେ, ଲାହୋର ପୁଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛି। ଇମ୍ରାନଙ୍କ ସମର୍ଥକମାନେ ତାଙ୍କ ବାସଭବନକୁ ଘେରି ରହିଛନ୍ତି।

ଏହାପୂର୍ବରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ ମାମଲାରେ କୋର୍ଟ ବୁଧବାର ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ କରିଥିଲେ। ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ ଅଦାଲତ ସମ୍ପୃକ୍ତ ମାମଲାର ଶୁଣାଣିରେ ଯୋଗ ନଦେବାରୁ ଇମ୍ରାନ ଖାନଙ୍କ ଆବେଦନକୁ ଖାରଜ କରିଥିଲେ।

- Advertisement -

କୋର୍ଟର ବିଚାରପତି ରାଜା ଜୱାଦ ଅବାସ ସମ୍ପୃକ୍ତ ମାମଲାର ଶୁଣାଣି କରି କହିଥିଲେ ଯେ, ମେଡିକାଲ ଆଧାରରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର ହେବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା, କିନ୍ତୁ ସେ ତାହା କରିବାରେ ବିଫଳ ହୋଇଛନ୍ତି। ଅପରପକ୍ଷେ, ଇମ୍ରାନ ଖାନଙ୍କ ଓକିଲ ବାବର ଅୟାନ କହିଛନ୍ତି ଯେ, ଇମ୍ରାନ ଖାନ ଗତ ବର୍ଷ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଭୁଲିପାରି ନାହାନ୍ତି ଏବଂ ତାଙ୍କୁ ଅଦାଲତରେ ହାଜର ହେବା ପାଇଁ ଏକ ଅନ୍ତିମ ସୁଯୋଗ ଦିଆଯିବା ଉଚିତ। ଏହାପରେ ଅଦାଲତ ଆବେଦନକୁ ଖାରଜ କରି କହିଥିଲେ ଯେ, ଅଦାଲତ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଏଭଳି ଆଶ୍ବସ୍ତି ଦେଇପାରିବ ନାହିଁ, ଏଭଳି ପରିସ୍ଥିତିରେ ଇମ୍ରାନ ଖାନଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତିଙ୍କୁ ମଧ୍ୟ ଆଶ୍ବସ୍ତି ଦିଆ ଯାଇପାରିବ ନାହିଁ।

ପୂର୍ବ ଶୁଣାଣିରେ ଅଦାଲତ ଇମ୍ରାନ ଖାନଙ୍କ ପକ୍ଷରୁ ଭର୍ଚୁଆଲ ଶୁଣାଣି ପାଇଁ ଅନୁରୋଧକୁ କୋର୍ଟ ଖାରଜ କରିଥିଲେ। ଫେବୃଆରୀ ୧୫ରେ ଇମ୍ରାନ ଖାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ମାତ୍ର ଇମ୍ରାନ ଖାନ କୋର୍ଟରେ ହାଜର ହୋଇନଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories