www.samajalive.in
Sunday, December 14, 2025
23.1 C
Bhubaneswar

ପାକିସ୍ତାନରେ ଜରୁରୀ ପରିସ୍ଥିତି

ଇସଲାମାବାଦ: ପାକିସ୍ତାନ ସରକାର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଦେଶରେ ବର୍ଷା ଜନିତ ବନ୍ୟା ବିତ୍ପାତ ଯୋଗୁଁ ୯୩୭ ଲୋକଙ୍କର ମୃତ୍ୟୁ ହେବା ଓ ୩ କୋଟି ଲୋକ ବାସହରା ହେବା ପରେ ଏହି ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ବନ୍ୟାରେ ସିନ୍ଧ୍ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୩୦୬ ଲୋକଙ୍କର ମୃତ୍ୟୁ ହୋଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମ୍ଏ) କହିଛି। ସେହିପରି ବେଲୁଚିସ୍ତାନରେ ୨୩୪, ପଞ୍ଜାବରେ ୧୬୫ ଓ ଖାଇବର ପଖତୁନଖୱାରେ ୧୮୫ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀରରେ ୩୪ ଓ ଗିଲଗିଟ ବଲଟିସ୍ତାନରେ ୯ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ଅଗଷ୍ଟ ମାସରେ ଦେଶରେ ୧୬୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସାଧାରଣତଃ ଅଗଷ୍ଟ ମାସରେ ହାରାହାରି ୪୮ମିମି ବର୍ଷା ହୋଇଥାଏ। ଜରୁରୀ ପରିସ୍ଥିତି ଘୋଷଣା ପରେ ଏନଡିଏମ୍ଏ ଦ୍ବାରା ୱାର ରୁମ୍‌ ଖୋଲାଯାଇ ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories