କିଏ ଗଢ଼ିବ ସରକାର, କିଏ ହେବ ପ୍ରଧାନମନ୍ତ୍ରୀ – ଦୋଛକିରେ ପାକିସ୍ତାନ

ଡେସ୍କ: ପାକିସ୍ତାନ ତେହରିକ-ଇ-ଇନସାଫ ପାର୍ଟି, ଦଳର ମହାସଚିବ ଉମର ଆୟୁବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଗତ ସପ୍ତାହରେ ହୋଇଥିବା ନିର୍ବାଚନରେ ୯୨ଟି ଆସନରେ ବିଜୟୀ ହୋଇଥିଲେ। ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜର ଅଧ୍ୟକ୍ଷ ଶେହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି ସରକାର ଗଠନରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜକୁ ସମର୍ଥନ ଘୋଷଣା କରିଥିଲେ ମଧ୍ୟ କ୍ୟାବିନେଟରେ ଯୋଗ ଦେବାକୁ ମନା କରିଦେଇଛି।

Comments are closed.