www.samajalive.in
Friday, December 12, 2025
14.1 C
Bhubaneswar

ପାକିସ୍ତାନ ନିର୍ବାଚନ: ୯ ମୃତ, ଭୋଟ ଗଣତି ଆରମ୍ଭ

ଡେସ୍କ: ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ସତ୍ତ୍ୱେ ବୋମା ବିସ୍ଫୋରଣ, ଗ୍ରେନେଡ୍ ଆକ୍ରମଣ ଓ ଗୁଳିମାଡ଼ରେ ଦୁଇ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ଡେରା ଇସ୍ମାଇଲ ଖାନ ଜିଲ୍ଲାର କୁଲାଚି ଅଞ୍ଚଳରେ ଏକ ପାଟ୍ରୋଲିଂ ଦଳ ଉପରକୁ ବୋମା ବିସ୍ଫୋରଣ ଓ ଗୁଳି ମାଡ଼ରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ବେଲୁଚିସ୍ତାନର ଏକ ମତଦାନ କେନ୍ଦ୍ର ବାହାରେ ହୋଇଥିବା ବିସ୍ଫୋରଣରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି।

ଖାଇବର ପଖ୍ତୁନଖୱା ପ୍ରଦେଶର ଟାଙ୍କ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବେଲୁଚିସ୍ତାନରେ ଗତକାଲି ଦକ୍ଷିଣ-ପଶ୍ଚିମ ପ୍ରଦେଶରେ ହୋଇଥିବା ଦୁଇଟି ବିସ୍ଫୋରଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ଲାମିକ ଷ୍ଟେଟ୍ ଏଥିପାଇଁ ନିଜକୁ ଦାୟୀ କରିଛି। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସକାଳେ ଗଣତିର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ସୂଚନା ମୁତାବକ, ଭୋଟ୍ ଗଣତି ରାତି ସାରା ଚାଲିବ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories