www.samajalive.in
Saturday, December 6, 2025
14.1 C
Bhubaneswar

ଦେଶର ଅର୍ଥନୀତି, ରାଜନୀତି, କ୍ରିକେଟ ବିଷାଦ ସ୍ଥିତିରେ: ପାକିସ୍ତାନ ପ୍ରଧାନ ବିଚାରପତି

ଇସଲାମାବାଦ: ପାକିସ୍ତାନର ବର୍ତ୍ତମାନର ଅବସ୍ଥାକୁ ନେଇ ଦେଶର ପ୍ରଧାନ ବିଚାରପତି ଆସିଫ ସଇଦ ଖୋସା ଅସନ୍ତୋ​‌ଷ ପ୍ରକାଶ କରିଛନ୍ତି। ଦେଶର ଅର୍ଥନୀତି, ରାଜନୀତି ଏବଂ କ୍ରିକେଟ ବିଷାଦ ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି। ବିଗତ କିଛିଦିନ ହେବ ପାକିସ୍ତାନବାସୀ କେବଳ ବିଷାଦଗ୍ରସ୍ତ ଖବର ଶୁଣିବାକୁ ପାଉଛନ୍ତି। ଦେଶରେ ଆର୍ଥିକ ସଙ୍କଟ ଲାଗିରହିଥିବାରୁ ପ୍ରଧାନ ବିଚାରପତି ଦୁଃଖ ପ୍ରକାଶ କରିବା ସହ ଦେଶର ଅର୍ଥନୀତି ଆଇସିୟୁରେ ରହିବା ଭଲ ଖବର ନୁହେଁ ବୋଲି କହିଛନ୍ତି। ଦେଶରେ ମଡେଲ କୋର୍ଟର କାର୍ଯ୍ୟ ସମ୍ପର୍କରେ ଏକ ଉତ୍ସବରେ ଉଦବୋଧନ ଦେଇ ଖୋସା ଏହା କହିଥିଲେ।

ଋଣଭାରରେ ବୁଡ଼ି ରହିଥିବା ପାକିସ୍ତାନ ଏଭଳି ଦୁଃସ୍ଥିତିରୁ ମୁକୁଳିବା ଲାଗି ସହାୟତା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ଵ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କ ସହିତ ଆଲୋଚନା ଜାରି ରଖିଛି। ଖୋସା କହିଥିଲେ, ଦେଶର ସ୍ଥିତିକୁ ନେଇ ସଂସଦରେ ଯେଉଁ ହଟ୍ଟଗୋଳ ହେଉଛି ତାହାର ଶବ୍ଦ ଆମେ ଶୁଣୁଛୁ। ସଂସଦର ଅଧ୍ୟକ୍ଷ ଏବଂ ବିରୋଧୀ ସଦସ୍ୟମାନଙ୍କୁ କିଛି କହିବାକୁ ଅନୁମତି ଦିଆଯାଉ ନ ଥିବା ଟେଲିଭିଜନରେ ଦେଖିବାକୁ ମିଳିଛି। ଏହା ଦୁଃଖଦାୟକ। ଆମେ ଟିଭିରେ ଚ୍ୟାନେଲ ପରିବର୍ତ୍ତନ କରି କ୍ରିକେଟ ବିଶ୍ଵକପ୍‌ ଦେଖିବାକୁ ଚାହିଁଲେ, ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପୁଣି ସେହି ବିଷାଦଗ୍ରସ୍ତ ଖବର ଦେଖିବାକୁ ମିଳୁଛି। ଆମ ଟିମ୍‌ ମ୍ୟାଚରେ ପରାଜିତ ହେଉଛି।

- Advertisement -

ଦେଶରେ କେବଳ ବିଚାର ବିଭାଗୀୟ ବ୍ୟବସ୍ଥା ଠିକ୍‌ ବାଟରେ ଚାଲିଛି। ବିଚାର ବିଭାଗରୁ ସୁଖବର ଆସୁଥିବାରୁ ମୁଁ ଗର୍ବିତ ବୋଲି ସେ କହିଥିଲେ। ବର୍ତ୍ତମାନ ଦେଶର ବିଷାଦପୂର୍ଣ୍ଣ ପରିବେଶ ମଧ୍ୟରେ ମୁଁ ଖୁସି ଯେ ଆମ ସମାଜରେ ଅତିକମ୍‌ରେ ଗୋଟିଏ କ୍ଷେତ୍ର ରହିଛି, ଯେଉଁଠାରୁ ସୁଖବର ଆସୁଛି। ବିଚାର ବିଭାଗ ଦେଶର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଏବଂ ଏହା ଉପରେ ନ୍ୟାୟ ବଣ୍ଟନର ଦାୟିତ୍ଵ ରହିଛି। ଲୋକଙ୍କୁ କମ୍‌ ମୂଲ୍ୟରେ ଏବଂ ତ୍ଵରିତ ନ୍ୟାୟ ପ୍ରଦାନ କରିବା ଆମର ସାମ୍ବିଧାନିକ ଦାୟିତ୍ଵ। ଏହା ଏକ ବିରାଟ କାର୍ଯ୍ୟ ବୋଲି ଖୋସା କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories