www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନର ଆଉ ୧୫ ପାଇଲଟ ନିଲମ୍ବିତ

ଇସଲାମାବାଦ : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନର ବିମାନ ଚଳାଚଳ କର୍ତ୍ତୃପକ୍ଷ ଅନ୍ୟ ୧୫ ଜଣ ପାଇଲଟଙ୍କୁ ନକଲି ଲାଇସେନ୍ସ ପାଇଁ ନିଲମ୍ବିତ କରିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ସମୁଦାୟ ୯୩ଟି ନକଲି ପାଇଲଟ୍ ଧରାପଡିଛନ୍ତି। ସମସ୍ତଙ୍କୁ ବିମାନ ଚଳାଚଳ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ଅନ୍ୟ ୨୮ ଜଣ ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ବର୍ତ୍ତମାନ ଏମାନେ କୌଣସି ବିମାନ ଉଡାଇବାକୁ ସକ୍ଷମ ନୁହଁନ୍ତି। ୯୩ ପାଇଲଟଙ୍କ ଲାଇସେନ୍ସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅବଶିଷ୍ଟ ୧୪୧ ମାମଲାର ଯାଞ୍ଚ ଏକ ସପ୍ତାହ ମଧ୍ୟରେ ଶେଷ ହେବ। ବରିଷ୍ଠ ଯୁଗ୍ମ ସଚିବ ଥିବା ଖୋଖର କହିଛନ୍ତି ଯେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ବିମାନ ଚଳାଚଳ ମନ୍ତ୍ରୀ ସରୱାର ଖାନ ନିଜେ ଏହାକୁ ତଦାରଖ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories