ଭାରତରେ ୫ ପାକ୍‍ ଆତଙ୍କବାଦୀଙ୍କ ଅନୁପ୍ରବେଶ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାମ୍ମୁ କାଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଜାମ୍ମୁ କାଶ୍ମୀର ସାମ୍ବା କ୍ଷେତ୍ର ମଧ୍ୟରେ ପାକିସ୍ତାନର ୫ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଜଣାପଡିଛି। ସୋମବାର ଦିନ ଏହି ଆତଙ୍କବାଦୀମାନେ ଏକ ସୁଡ଼ଙ୍ଗ ପଥ ଦେଇ ଭାରତୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିଥିବା ସୀମା ସୁରକ୍ଷା ବାହିନୀ (ବିଏସ୍‍ଏଫ୍‍) ପକ୍ଷରୁ କୁହାଯାଇଛି। ସେନାପକ୍ଷରୁ ଉକ୍ତ ଅଞ୍ଚଳରେ ବ୍ୟାପକ ସନ୍ଧାନ କାର୍ଯ୍ୟ ଜାରି ରହିଛି। ଉତ୍ତର କାଶ୍ମୀରରେ କିଶେନଗଙ୍ଗା ପ୍ରକଳ୍ପର ଉଦ୍‍ଘାଟନ ନିମନ୍ତେ ପ୍ରଧାନମନ୍ତ୍ରୀ ଶନିବାର କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply