ଇସଲାମାବାଦ : ପାକିସ୍ତାନରେ ରାଜନେତାମାନେ ଦେଶର ସାମରିକ ଶକ୍ତି ସମର୍ଥନରେ କ୍ଷମତାକୁ ଆସୁଥିବା ସମସ୍ତେ ଜାଣନ୍ତି। ଏବେ ଦେଶର ସିଭିଲ ସର୍ଭିସ୍ରେ ଚାକିରି କରିବାକୁ ମଧ୍ୟ ସେନା ଉପରେ ନିର୍ଭର କରିବାକୁ ପଡ଼ିବ। ଦେଶର ସାମରିକ ବାହିନୀ ସରକାରଙ୍କ ସମସ୍ତ କାର୍ଯ୍ୟରେ ଅଧିକରୁ ଅଧିକ ହସ୍ତକ୍ଷେପ ଆରମ୍ଭ କରିଥିବାରୁ ଏହାକୁ ନେଇ ଅନେକ ରାଜନେତା ଓ ଦେଶର ସାମାଜିକ କର୍ମୀ ଚିନ୍ତା ପ୍ରକଟ କରିଛନ୍ତି। ନିକଟରେ ଦେଶର ନୂଦନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସିଭିଲ ସର୍ଭିସରେ ନିଯୁକ୍ତି କରିବା କ୍ଷମତା ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରଦାନ କରିବା ପରେ ପାକିସ୍ତାନରେ ଗଣତନ୍ତ୍ର ପ୍ରତି ବିପଦ ଘନଉଥିବା ଅନେକ ମତ ଦେଇଛନ୍ତି।
ପାକିସ୍ତାନରେ ଗଣତନ୍ତ୍ର ପ୍ରତି ବିପଦ ଘନେଇଲା; ସିଭିଲ ସର୍ଭିସରେ ନିଯୁକ୍ତି କ୍ଷମତା ଆଇଏସ୍ଆଇ ହାତରେ
Popular Categories



