www.samajalive.in
Saturday, December 13, 2025
26.1 C
Bhubaneswar

ଅର୍ଥମନ୍ତ୍ରୀଙ୍କ ପ୍ରାକ୍ ବଜେଟ ଆଲୋଚନା ; ଖଣିଜ ପଦାର୍ଥ ଉପରେ ରପ୍ତାନୀ ଶୁଳ୍କ ହ୍ରାସ ହେଉ : ପ୍ରଫୁଲ୍ଲ

ଭୁବନେଶ୍ବର : ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷଗୁଡ଼ିକ ପରି ସମାଜର ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହିତ ଆଭାସି ମାଧ୍ୟମରେ ପରାମର୍ଶ କରିଛନ୍ତି। ଏହା ସକାଳ ୧୧ଟାରୁ ଅପରାହ୍ଣ ୧.୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସମେତ ପୂର୍ବତନ ଅର୍ଥ ସଚିବ ତଥା ଅର୍ଥନୀତିଜ୍ଞମାନେ ଯୋଗ ଦେଇ ସେମାନଙ୍କ ମତାମତ ରଖିଥିଲେ। ସେହିପରି ଦ୍ବିତୀୟ ଅଧିବେଶନରେ କ୍ଷେତ୍ର ବିଶେଷଜ୍ଞ, ବ୍ୟବସାୟୀ ତଥା ଶି‌େ‌ଳ୍ପାଦ୍ୟୋଗୀଙ୍କ ପ୍ରତିନିଧି, କୃଷି ବିଶେଷଜ୍ଞ, ଶ୍ରମ ସଂଘ ପ୍ରତିନିଧି, ସ୍ତମ୍ଭକାର ତଥା ଏନଜିଓ ପ୍ରତିନିଧି ଯୋଗ ଦେଇଥିଲେ।
ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏହି ଆଲୋଚନାରେ ଅଂଶ୍ରଗହଣ କରିଥିଲେ। ଏହି ଅବସରରେ ଶ୍ରୀ ଘଡ଼ାଇ କହିଛନ୍ତି, ଆଞ୍ଚଳିକ ବୈଷ୍ଣବବାଦକୁ ଦୂର କରିବା ପାଇଁ ବଜେଟରେ ଆବଣ୍ଟିତ ଅର୍ଥକୁ ଶତ ପ୍ରତିଶତ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ସରକାରୀ ଯୋଜନା ସଫଳ ହେବ ଏବଂ ଓଡ଼ିଶାର ସାମଗ୍ରିକ ବିକାଶ ଘଟିବ। ରାଜ୍ୟରେ ଲ୍ୟାଣ୍ଡବ୍ୟାଙ୍କିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଖଣିଜ ପଦାର୍ଥ ଉପରେ ଲାଗୁ ହୋଇଥିବା ଅତ୍ୟଧିକ ରପ୍ତାନି ଶୁଳ୍କକୁ ତୁରନ୍ତ ହ୍ରାସ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ରପ୍ତାନି ଶୁଳ୍କ ହ୍ରାସ ନ ହେଲେ ଓଡ଼ିଶାର ଆୟ ହ୍ରାସ ପାଇବ ବୋଲି ସେ ଚେତାଇ ଦେଇଛନ୍ତି। ଜୁଲାଇ ୨ରେ ବିଧାନସଭା ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ। ଏଥିରେ ପ୍ରାୟ ୨ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଆସିବ ବୋଲି ଅର୍ଥ ବିଭାଗ ପ୍ରସ୍ତୁତିରୁ ଜଣାଯାଇଛି। ଏହାପୂର୍ବରୁ ଗତ ମାର୍ଚ୍ଚ ୩୧ରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ପ୍ରାୟ ୧ ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରାଯାଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories