ନୂଆଦିଲ୍ଲୀ : ବିଶ୍ବର ଅନ୍ୟତମ ଅଗ୍ରଣୀ ଯୁଦ୍ଧବିମାନ ନିର୍ମାଣକାରୀ ରାଷ୍ଟ୍ର ହେବାକୁ ଯାଉଛି ଭାରତ। ମେକ ଇନ୍ ଇଣ୍ଡିଆ ଯୋଜନାରେ ଭାରତ ପ୍ରାୟ ୧୦୦ଟି ଅତ୍ୟାଧୁନିକ ଯୁଦ୍ଧବିମାନ ନିର୍ମାଣ କରିବାକୁ ଯୋଜନା କରିଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ଭାରତ ଏହି ଯୁଦ୍ଧିବିମାନକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବ। ପ୍ରଥମ ୩୬ଟି ଯୁଦ୍ଧବିମାନ ନିର୍ମାଣରେ ବିଦେଶୀ ଜ୍ଞାନକୌଶଳର ଆଂଶିକ ମିଶ୍ରଣ ହେବ। ମାତ୍ର ପରବର୍ତ୍ତୀ ୬୦ଟି ଯୁଦ୍ଧବିମାନକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବ। ସମ୍ପ୍ରତି ଭାରତ ବାୟୁସେନା ୧୧୪ଟି ଯୁଦ୍ଧବିମାନ କିଣିବାକୁ ଯୋଜନା କରିଥିବାବେେଳ ଏହିସବୁ ଯୁଦ୍ଧ ବିମାନକୁ ଏହାକୁ ଭାରଣା କରିବ।
Popular Categories



