www.samajalive.in
Thursday, December 11, 2025
16.1 C
Bhubaneswar

ହିଂସାକାରୀଙ୍କୁ ଦମନ କରିବାକୁ ଚାଲିଲା ବୁଲ୍‌ଡୋଜର : ପ୍ରୟାଗରାଜରେ ଷଡ଼ଯନ୍ତ୍ରକାରୀର ଘର ଭାଙ୍ଗିଲା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ହିଂସାକାରୀଙ୍କୁ ଦମନ ପାଇଁ ସରକାର ବୁଲଡୋଜର ଚଳାଇଛନ୍ତି। ବୁଲଡୋଜର ମାଧ୍ୟମରେ ଅପରାଧୀଙ୍କୁ ଦମନ କରିବାର ନୀତିକୁ ଯୋଗୀ ଆଦିତ୍ୟନାଥ ସରକାର ଆପଣାଇ ଆସିଥିବାବେଳେ ଏବେ ଶୁକ୍ରବାର ହିଂସାକାରୀଙ୍କୁ ଦମନ ପାଇଁ ଏହି ନୀତି ଆପଣାଇଛନ୍ତି। ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରି ଶୁକ୍ରବାର ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା। ମାତ୍ର ଉତ୍ତରପ୍ରଦେଶ ହିଂସାର ମୁଖ୍ୟ ଷଡଯନ୍ତ୍ରକାରୀ (ମାଷ୍ଟରମାଇଣ୍ଡ) କୁହାଯାଉଥିବା ଜଭେଦ ଅହମ୍ମଦର ଘରକୁ ରବିବାର ଭାଙ୍ଗି ଦିଆଯାଇଛି। ରବିବାର ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ) କରେଲି ଅଞ୍ଚଳରେ ଥିବା ଜାଭେଦର ଘରକୁ ପିଡିଏ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି। ପୂର୍ବାହ୍ଣ ୧୦ଟା ୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ପିଡିଏ ଅଧିକାରୀଙ୍କ କହିବା ଅନୁଯାୟୀ ପିଡିଏର ଅନୁମତି ବିନା ଏହି ଘର ନିର୍ମାଣ କରାଯାଇଥିଲା। ଘର ଭାଙ୍ଗିବା ଲାଗି ମେ ୧୦ ତାରିଖରୁ ନୋଟିସ ଦିଆଯାଇଥିଲା। ୨୪ ତାରିଖ ସୁଦ୍ଧା ନୋଟିସର ଜବାବ ଦେବାକୁ କୁହାଯାଇଥିଲା। ତେଣୁ ମେ ୨୫ ତାରିଖରେ ଘର ଭାଙ୍ଗିବା ଲାଗି ପିଡିଏକୁ ନିର୍ଦେଶ ଦିଆଯାଇଥିଲା। ଉତ୍ତରପ୍ରଦେଶ ହିଂସାକୁ ଉସୁକାଇଥିବା ଜାଭେଦ (୫୪)କୁ ପୁଲିସ ଗିରଫ କରିଛି। ଜାଭେଦ ସମେତ ଉତ୍ତରପ୍ରଦେଶରେ ୩୦୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ପ୍ରଶାସନ ଜାଭେଦ ପରିବର୍ତ୍ତେ ସାମାଜିକ କର୍ମୀ ପ୍ରବୀଣ ଫତିମାର ଘରକୁ ଭାଙ୍ଗି ଦେଇଛି। ଏ ସମ୍ପର୍କରେ ପ୍ରବୀଣଙ୍କ ଓକିଲ ଅଭିଯୋଗ କରିଛନ୍ତି। ଜାଭେଦର ଝିଅ ଆରଫିନ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ରୀ ଓ ଆଲିଗଡ ମୁସଲିମ୍ ୟୁନିଭର୍ସିଟିର ମହିଳା କଲେଜର ପୂର୍ବତନ ଛାତ୍ର ସଂସଦ ଅଧ୍ୟକ୍ଷ।
ଆରଫିନ ମଧ୍ୟ ଏହି ହିଂସାକାଣ୍ଡରେ ଜହିତ ଥିବା ପୁଲିସ ପ୍ରାଥମିକ ଭାବେ କହିଛି। ମାତ୍ର ତାଙ୍କ ସମ୍ପର୍କରେ ଆବଶ୍ୟକ ପ୍ରମାଣ ମିଳି ନଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଶନିବାର ମଧ୍ୟ ଶାହାରନପୁର ଅଞ୍ଚଳରେ ପ୍ରଶାସନ ଦୁଇଜଣ ହିଂସାକାରୀଙ୍କ ଘର ଭଙ୍ଗାଯାଇଥିଲା। ଶାହାରନପୁରର ରାହତ କଲୋନୀରେ ଥିବା ମୁଜାମ୍ମିଲ ଓ ଖେଦି ଅଞ୍ଚଳରେ ଥିବା ଅବଦୁଲ ବକିର ଘରକୁ ବୁଲଡୋଜର ଦ୍ବାରା ଭାଙ୍ଗି ଦିଆଯାଇଥିଲା। ଶୁକ୍ରବାର ପଥର ଫିଙ୍ଗା ଘଟଣାରେ ଏହି ଦୁଇଜଣ ସମ୍ପୃକ୍ତ ଥିବା ସିସିଟିଭି ଫୁଟେଜରୁ ପୁଲିସ ଜାଣିବାକୁ ପାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories