ନୂଆଦିଲ୍ଲୀ: ଇରାନ୍ର ରିଭୋଲ୍ୟୁସନାରୀ ଗାର୍ଡ଼ ମେଜର୍ ଜେନେରାଲ୍ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବାରୁ ପରିଣାମ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ବୁଧବାରଦିନ ଇରାନରେ ଘଟିଥିବା ବୋମା ବିସ୍ଫୋରଣରେ ପାକିସ୍ତାନୀ ସୁରକ୍ଷା ବାହିନୀର ହାତ ଥିବା ସେ କହିଛନ୍ତି ଯେଉଁଥିରେ ୨୭ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ରିଭୋଲ୍ୟୁସନାରୀ ଗାର୍ଡ଼ର ମେଜର ଜେନେରାଲ୍ ମହମ୍ମଦ ଅଲ୍ଲି ଜୋହାରି କହିଛନ୍ତି, ପାକିସ୍ତାନ ସରକାର ସେଠାରେ ଆଶ୍ରୟ ଦେଇଥିବା ଜୈସ୍-ଅଲ୍-ଆଦିଲ୍ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମ୍ ପ୍ରତି ବିପଦ ସୃଷ୍ଟି କରୁଛି। ସେ କହିଛନ୍ତି, ଯଦି ପାକିସ୍ତାନ ସରକାର ସେମାନଙ୍କୁ ଦଣ୍ଡବିଧାନ ନ କରେ, ତେବେ ପାକିସ୍ତାନ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ। ଏହି ଆକ୍ରମଣକୁ ଇରାନ୍ ସୁରକ୍ଷା ବାହିନୀ ଉପରେ ସବୁଠାରୁ ବଡ଼ ଆତ୍ମଘାତୀ ଆକ୍ରମଣ ରୂପେ ବିବେଚନା କରାଯାଉଛି। ସେଠାକାର ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣରେ ସେ କହିଛନ୍ତି, ୨୦୧୮ରେ ଛ’ରୁ ସାତ ଥର ଆତ୍ମଘାତୀ ଆକ୍ରମଣକୁ ପଣ୍ଡ କରାଯାଇଥିଲେ ମଧ୍ୟ ଏଥର ଆତଙ୍କବାଦୀ ବିସ୍ଫୋରଣ ଘଟାଇଛନ୍ତି।
Popular Categories



