www.samajalive.in
Friday, December 5, 2025
20.1 C
Bhubaneswar

ପାକିସ୍ତାନ ମାନିଲା; ଭାରତ ବିରୋଧରେ ବ୍ୟବହାର କରିଥିଲା ଏଫ-୧୬ ଯୁଦ୍ଧ ବିମାନ

ଇସଲାମାବାଦ: ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନ ଏହାର ଯୁଦ୍ଧ ବିମାନ ଏଫ-୧୬କୁ ଭାରତ ବିରୋଧରେ ବ୍ୟବହାର କରିଥିଲା। ଅନେକ ଦିନ ଧରି ପାକିସ୍ତାନ ଏହାକୁ ଫାଙ୍କି ଆସୁଥିବାବେଳେ ଏବେ ତାହା ମାନିଛି। ଗତ ଫେବୃୟାରୀ ୨୭ରେ ଏଫ-୧୬ ଯୁଦ୍ଧ ବିମାନ ଭାରତୀୟ ଆକାଶ ସୀମା ଉଲ୍ଲଂଘନ କରିବା ସହ ଭାରତୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ପାକିସ୍ତାନ ଏହି ଯୁଦ୍ଧ ବିମାନ ଆମେରିକାଠାରୁ କିଣିବା ବେଳେ ଏକ ଚୁକ୍ତି ହୋଇଥିଲା ଯେ, ଏହାକୁ କୌଣସି ରାଷ୍ଟ୍ର ବିରୋଧରେ ସାମରିକ ଆକ୍ରମଣରେ ବ୍ୟବହାର କରାଯାଇ ପାରିବ ନାହିଁ। କିନ୍ତୁ ପାକିସ୍ତାନ ତାହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲା। ଏ ନେଇ ଭାରତ ପକ୍ଷରୁ ଆମେରିକାର ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ପାକିସ୍ତାନ ସେତେବେଳେ ଏଫ-୧୬ ବ୍ୟବହାର କରି ନ ଥିବା ଦାବି କରିଥିଲା।

ଭାରତ ପାକ୍‌ ଯୁଦ୍ଧ ବିମାନ ଏଫ୍‌-୧୬କୁ ଖସାଇ ଦେଇଥିବା ନେଇ ଦାବି କରୁଥିବାବେଳେ ସେ ସମ୍ପର୍କରେ ପାକ୍‌ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଏକ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି, ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ବାୟୁସେନା କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏବେ କହିବା ଜରୁରୀ ନୁହେଁ ଯେ ଯେଉଁ ପାକ୍‌ ଯୁଦ୍ଧ ବିମାନ ଦୁଇଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲା ତାହା ଏଫ-୧୬ ଥିଲା କି ଜେଏଫ-୧୭ ଥିଲା। ଯଦି ବି ଆମେ ଏଫ-୧୬କୁ ବ୍ୟବହାର କରିଥିଲୁ, ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆମେ ୨ଟି ଭାରତୀୟ ବିମାନକୁ ଖସାଇଦେଇଥିଲୁ। ଆମେ ଆମର ଆତ୍ମରକ୍ଷା ପାଇଁ ଯେକୌଣସି ପଦକ୍ଷେପ ନେଇପାରିବୁ ବୋଲି ଗଫୁର କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ମାସରେ ଗଫୁର କହିଥିଲେ ଯେ, ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାକ୍‌ ବାୟୁସେନା ଜେଏଫ-୧୭ ଯୁଦ୍ଧ ବିମାନ ବ୍ୟବହାର କରିଥିଲା। ବର୍ତ୍ତମାନ ଗଫୁରଙ୍କ ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ଯେ, ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ଜରିଆରେ ଭାରତ ଉପରେ ଆକ୍ରମଣ ଉଦ୍ୟମ କରିଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories