ପାକିସ୍ତାନରେ ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା ଅଧିକ

0

ଇସ୍‍ଲାମାବାଦ : ଭାରତରେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପାକିସ୍ତାନରେ   ସଂଖ୍ୟାଲଘୁ ବା ଅଣ-ମୁସଲମାନ ଭୋଟରଙ୍କ ସଂଖ୍ୟା ୩୦ଭାଗ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ବେଶୀ ବୋଲି ଏକ ସର୍ଭେରୁ ଜଣାପଡିଛି। ଡନ୍‍ ନ୍ୟୁଜ୍‍ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁସାରେ ୨୦୧୩ରେ ଦେଶରେ ଅଣ-ମୁସଲମାନ ଭୋଟରଙ୍କ ସଂଖ୍ୟା ୨୭ ଲକ୍ଷ ୭୦ ହଜାର ଥିଲା, ଯାହାକି ଚଳିତ ବର୍ଷ ୩୬ ଲକ୍ଷ ୩୦ହଜାରରେ ପହଞ୍ଚିଛି। ୨୦୧୩ରେ ମୋଟ ଅଣ-ମୁସଲମାନ ଭୋଟରଙ୍କ ମଧ୍ୟରୁ ଅଧା, ଅର୍ଥାତ୍‍ ୧୪ଲକ୍ଷ କେବଳ ହିନ୍ଦୁ ଥିଲେ; କିନ୍ତୁ ଚଳିତବର୍ଷ ଏହି ସଂଖ୍ୟା ୭ ଲକ୍ଷ ୭୦ ହଜାର ରହିଛି। ମୁସଲମାନବହୁଳ ଏହି ରାଷ୍ଟ୍ରରେ ଦ୍ୱିତୀୟ ବୃହତ୍‍ ଅଣ-ମୁସଲମାନ ସମ୍ପ୍ରଦାୟ ହେଉଛନ୍ତି ଖ୍ରୀଷ୍ଟିଆନ୍‍। ଏହି ସମ୍ପ୍ରଦାୟର ଭୋଟର ସଂଖ୍ୟା ୧୬ ଲକ୍ଷ ୪୦ ହଜାର। ତେବେ ହିନ୍ଦୁ ଭୋଟରଙ୍କ ତୁଳନାରେ ଖ୍ରୀଷ୍ଟିଆନ୍‍ଙ୍କ ସଂଖ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ପରିଲକ୍ଷିତ ହୋଇଛି। ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ପାର୍ସୀ ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଦେଶରେ ଜୁଲାଇ ୨୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply