୭ ବର୍ଷ ଧରି ଭାରତରେ ରହୁଥିବା ପାକିସ୍ତାନୀ ନାଗରିକ ଗିରଫ

0

ହାଇଦ୍ରାବାଦ:   ନକଲି କାଗଜପତ୍ର କରି ଭାରତରେ ଦୀର୍ଘ ୭ ବର୍ଷ ଧରି ରହୁଥିବା ପାକିସ୍ତାନୀ ନାଗରିକକୁ ହାଇଦ୍ରାବାଦ ପୁଲୁସ ଗିରଫ କରିଛି । ତାକୁ ବିବାହ କରିଥିବା ପତ୍ନୀ ପଲୁସରେ ଏ ବିଷୟରେ ଅଭିଯୋଗ କରିବା ପରେ ପୁଲିସ ତାକୁ ଗିରଫ କରିଛି । ମହମ୍ମଦ ଉସମାନ ନାମକ ବ୍ୟକ୍ତି ନେପାଳ ଦେଇ ଭାରତକୁ ଆସିଥିଲା । ସେ ପାକିସ୍ତାନ ପଞ୍ଜାବ ପ୍ରଦେଶର ପିଲ୍‌ପାନ୍‌ର ବାସିନ୍ଦା । ୨୦୧୧ରେ ସେ ହାଇଦ୍ରାବଦା ଆସିବା ପରେ ନକଲି କାଗଜପତ୍ର  ତିଆରି  କରି ଏଠାକାର ବସିନ୍ଦା ଭାବେ ରହିଆସୁଥିଲେ । ଏହାପରେ ସେ ଭାରତୀୟ ପାସପୋର୍ଟ ସହ ଅନ୍ୟ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ନିଜ ନାମରେ କରିଥିଲା ।  ପରେ  ସେ ବିବାହ କରିବା ସହ ତାହାର ଏକ ଝିଅ ଅଛି  । ନିଜ ପତ୍ନୀର ଅନ୍ତରଙ୍ଗ ମୂହୁର୍ତ୍ତର ଭଡିଓ ଇଣ୍ଟରନେଟ୍‌ରେ ଛାଡିବା ପାଇଁ ଧମକ ଦେବାପରେ , ତାହାର ପତ୍ନୀ ଥାନାରେ ମାମଲା ରୁଜି କରିଥିଲେ । ଏହାପରେ ପୁଲିସ ତାକୁ ଗିରଫ କରିଛି । ନକଲି କାଗଜପତ୍ର ଯୋଗାଇ ଦେବା ଅଭିଯୋଗରେ ପୁଲିସ ହାଇଦ୍ରାବାଦ ନିକଟସ୍ଥ କରିମ ନଗରର ସୟିଦ ବାଦରୁଜା କିରମାନି  ଓ ମହମ୍ମଦ ଖ୍ୱାଜା ନିଜାମ ନାମକ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ।

ପାକିସ୍ତାନୀ ନାଗରିକ ଜଣଙ୍କ କୌଣସି ଗୁପ୍ତଚର ସଂସ୍ଥାପାଇଁ କାମ କରୁଥିଲା କି ନାହିଁ ପୁଲିସ ସେ ବିଷୟରେ ଯାଞ୍ଚ କରୁଛି ।

Leave A Reply