www.samajalive.in
Saturday, December 6, 2025
14.1 C
Bhubaneswar

ଓଲଟିଲା ମାଛ ବୋଝେଇ ଟ୍ରକ ; ଅଳ୍ପକେ ବର୍ତ୍ତିଲେ ଚାଳକ,ହେଲପର

ଭୁବନେଶ୍ୱର : କଟକ – ଭୁବନେଶ୍ୱର ରାସ୍ତାରେ ପାହାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ମାଛ ବୋଝେଇ ଟ୍ରକ ଓଲଟି ପଡିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି  ସମୟରେ ରାସ୍ତାରେ ପ୍ରାୟତଃ ଅଧିକ ଲୋକେ ଓ ଗାଡି ଯାତାୟତ କରୁନଥିବାରୁ ଏକ ବଡ ଧରଣର ବିପଦ ଟଳି ଯାଇଛି। ଟ୍ରକଟି ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ଗଛ ଲଗାଇଥିବା ସ୍ଥାନରେ ଓଲଟି ପଡିଥିଲା। ଏହାସହ ରାସ୍ତାରେ ଖାଲ ହୋଇଥିବା ମଧ୍ୟ ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଅତ୍ୟଧିକ ଗରମ ସହ ଓଭର ଲୋଡିଂ ପାଇଁ ଚକା ଫାଟି ଯିବାରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଟ୍ରକଟି ଓଲଟି ପଡି ଥିଲେ ମଧ୍ୟ ମାଛ ସୁରକ୍ଷିତ ଥିବା ସହ କେହି ଲୋକେ ମାଛ ନେଇ ପାରି ନାହାଁନ୍ତି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ମାତ୍ର କେହି ଆହତ ହୋଇନଥିବାରୁ ପୁନଃ ଫେରି ଯାଇଥିଲା। ଦୁର୍ଘଟଣା ପରେ ଅନେକ ସମୟ ରାସ୍ତା ଜାମ୍‍ ହୋଇଥିବା ଦେଖାଯାଇଥିଲା। ଧିରେ ଧିରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଟ୍ରକଟି ଆନ୍ଧ୍ରପ୍ରଦେଶରୁ କଲକାତା ଅଭିମୁଖେ ଯାଉଥିଲା ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories