www.samajalive.in
Monday, December 15, 2025
26.1 C
Bhubaneswar

ମାଗୁଣି ଚରଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ : କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଭବନ ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୨୦୨୩ ବର୍ଷ ପାଇଁ ଘୋଷିତ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। କେନ୍ଦୁଝର ପୁରୁଣା ସହର ବୈଦ୍ୟରାଜ ସାହି ବାସିନ୍ଦା ୮୫ ବର୍ଷୀୟ ଶ୍ରୀ କୁଅଁରଙ୍କ ବିଗତ ଛଅ ଦଶନ୍ଧି ଧରି କାଠ କଣ୍ଢେଇ ନୃତ୍ୟ କ୍ଷେତ୍ରରେ ଜଡ଼ିତ ଅଛନ୍ତି। କାଠରେ ନିର୍ମିତ କଣ୍ଢେଇ ତିଆରି କରି ସେ ଏକାଧିକ ସ୍ୱରରେ ନିଜେ ପରିବେଶଣ କରିଥାନ୍ତି। ଜଣେ ଉଚ୍ଚମାନର ମୂର୍ତ୍ତୀ ଶିଳ୍ପୀ ଭାବେ ମଧ୍ୟ ତାଙ୍କର ପରିଚିତି ରହିଛି। ରାବଣ ବଧ, ଦାନବୀର ହରିଶ୍ଚନ୍ଦ୍ର, ମହିଷାସୁର ବଧ, ସାପୁଆ କେଳା ଆଦି ବିଷୟବସ୍ତୁ ବିଷୟରେ କଣ୍ଢେଇ ମାଧ୍ୟମରେ ପ୍ରଦର୍ଶନ କରିଥାନ୍ତି। ପୂର୍ବରୁ ସେ କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ଚଳିତ ବର୍ଷ ଶ୍ରୀ କୁଅଁରଙ୍କ ସମେତ ଭାଷା ଓ ସାହିତ୍ୟ ପାଇଁ ସ୍ତମ୍ଭକାର ଅନ୍ତର୍ଯାମୀ ମିଶ୍ର, ଲୋକକଳା ପାଇଁ କ୍ରିଷ୍ଣା ପଟେଲ ଓ କୃଷି କ୍ଷେତ୍ରରେ ପଟାୟତ ସାହୁଙ୍କ ନାମ ପଦ୍ମଶ୍ରୀ ସମ୍ମାନ ଲାଗି ଘୋଷଣା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଶ୍ରୀ କୁଅଁରଙ୍କୁ ରାଷ୍ଟ୍ରପତି ମହୋଦୟା ପଦ୍ମ ସମ୍ମାନରେ ସମ୍ମାନୀତ କରିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories