www.samajalive.in
Saturday, December 6, 2025
16.1 C
Bhubaneswar

ବୌଦ୍ଧଗୁରୁ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ବୋଲି ଅକାଟ୍ୟ ପ୍ରମାଣ ଦେଲେ ଗବେଷକ ପ୍ରବୀର ପଟ୍ଟନାୟକ

ନାଳନ୍ଦା : ସମଗ୍ର ବିଶ୍ବରେ ଦ୍ବିତୀୟ ବୁଦ୍ଧ ଭାବରେ ସ୍ବୀକୃତି ପାଇଥିବା ଅଷ୍ଟମ ଶତାବ୍ଦୀର ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଓଡ଼ିଶାର ସମ୍ବଲପୁରରେ ବୋଲି ଦୃଢ଼ ତଥ୍ୟ ଓ ପ୍ରମାଣ ଦେଇଛନ୍ତି ଓଡ଼ିଶାର ବୌଦ୍ଧ ଗବେଷକ ପ୍ରବୀର କୁମାର ପଟ୍ଟନାୟକ । ବୁଧବାର ପାଟନାସ୍ଥିତ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀରେ ସେ ଏହି ଅକାଟ୍ୟ ତର୍କ  ଉପସ୍ଥାପନ କରିଛନ୍ତି।  ବିଭିନ୍ନ ଅଭିଲେଖ, ଗ୍ରନ୍ଥୋଦ୍ଧାର, ତଥ୍ୟ ଓ ବଳିଷ୍ଠ ପ୍ରମାଣ ସହ ସେ ପ୍ରତିପାଦିତ କରିଛନ୍ତି ଯେ ଗୁରୁ ପଦ୍ମସମ୍ଭବଙ୍କ  ଜନ୍ମସ୍ଥାନ “ଉଡ୍ଡୀୟାନ”, ପ୍ରାଚୀନ ଓଡ଼ିଶାର ସମ୍ବଲପୁର ବ୍ୟତୀତ ଆଉ କିଛି ନୁହେଁ।

ଗୁରୁ ପଦ୍ମସମ୍ଭବଙ୍କ ଜୀବନ ଓ ଦର୍ଶନ ବିଷୟରେ ଆଲୋଚନା ପାଇଁ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଓ ନବନାଳନ୍ଦା ମହାବିହାର ଦ୍ବାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀକୁ ଅଗଷ୍ଟ ୨୮ ତାରିଖ ବୁଧବାର ସକାଳେ ଉଦ୍‌ଘାଟନ କରିଥିଲେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଐରେକର। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ବୌଦ୍ଧ ଧର୍ମର ବହୁ ଗବେଷକ ଓ ବିଦ୍ବାନମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅଧିବେଶନରେ ଗଜପତି ଜିଲା ଜିରାଙ୍ଗଠାରେ ଥିବା ‘ପଦ୍ମସମ୍ଭବ ମହାବିହାର’ର ସଭାପତି ଗେଟ୍ରୁଲ୍ ଜିଗ୍‌ମେ ରିଂପୋଂଚେ ମଧ୍ୟ ଯୋଗ ଦେଇ ଓଡ଼ିଶାରେ ବୌଦ୍ଧ ଧର୍ମ ଐତିହ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories