www.samajalive.in
Saturday, December 6, 2025
15.1 C
Bhubaneswar

ପରିବା ଚାଷକରି ସ୍ୱାବଲମ୍ବୀ ହେଉଛନ୍ତି ସ୍ଵାଗତିକା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ପଦ୍ମପୁର : ଦିନେ ପେଟ ପାଟଣା ପାଇଁ ପର ଘରେ ମୂଲ ଲାଗି ବାକୁ ପଡୁଥିଲା ମହିଳାଙ୍କୁ । ବର୍ତ୍ତମାନ କିନ୍ତୁ ସମୟ ସ୍ରୋତରେ ସବୁକିଛି ବଦଳି ଯାଇଛି । ଯିଏ ବଞ୍ଚିବା ପାଇଁ କାମ ଖୋଜୁଥିଲା ଆଜି ସେ ମହିଳା ମାନେ ପରିବା ଚାଷ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ କାମ ଯୋଗାଇ ଅଞ୍ଚଳରେ ଉଦାହରଣ ପାଲଟି ଯାଇଛନ୍ତି । ସ୍ଵାମୀଙ୍କ ସ୍ଵଳ୍ପ ଆୟରେ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହୋଇ ପଡୁ ଥିଲା ।  ପୂର୍ବରୁ ଏହି ଗ୍ରାମରେ ମହିଳା ମାନେ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ଥିଲେ । କିନ୍ତୁ  ୨୦୦୨ ମସିହାରେ ୧୨ଜଣ ସମଭାବାପର୍ଣ୍ଣ ମହିଳା ସ୍ଥାନୀୟ ଅଙ୍ଗନୱାଡି ଦିଦିଙ୍କ ମାଧ୍ୟମରେ ଏବଂ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ ସ୍ଵାଗତିକା ନାମକ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସ୍ୱାବଲମ୍ବୀ ହେବାର ଅନେକ ସ୍ବପ୍ନ ଦେଖିବା ସହ ମିଶନ ଶକ୍ତି ବିଭାଗର ସହଯୋଗରେ ବର୍ତ୍ତମାନ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଡେରିଗାଁରେ ଥିବା ପ୍ରାୟ ୧୦ ଏକର ଜମିରେ ଉନ୍ନତ ଆଧୁନିକ ଜୈବିକ ପ୍ରଣାଳୀରେ ବିଭିନ୍ନ ପ୍ରକାରର ପନୀପରିବା ଚାଷ କରି ସରକାରଙ୍କ ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମର ଏକ ଉଦାହରଣ ହୋଇପାରିଛନ୍ତି ।
ସେମାନଙ୍କର ପ୍ରମୁଖ ଜୀବିକା କାର୍ଯ୍ୟକଳାପ ଥିଲା କେବଳ ଧାନ ଚାଷ ଏବଂ ମୂଲ ଲାଗିବା କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ଗଢିଉଠିଥିବା ମିଶନ୍ ଶକ୍ତି ବିଭାଗର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଏହିଭଳି ପଦ୍ମପୁର ବ୍ଲକରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ନିମନ୍ତେ ତାଲିମ ଦିଆଯାଇଛି  ଏବଂ ଉକ୍ତ ଜୀବିକା ଅର୍ଜନ କାର୍ଯ୍ୟରେ ହେକ୍ଟର ପିଛା  ନିବେଶ ଖର୍ଚ୍ଚର ରିହାତି ମଧ୍ୟ ଯୋଗାଇ ଦିଆଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରାଯାଇଅଛି । ମହିଳା ସଂଘର ସଦସ୍ୟା ମାନେ ପରିବା ଚାଷ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ କାମରେ ନିୟୋଜିତ କରି ପାରୁଛନ୍ତି । ଅମଳ ପରିବାକୁ ସ୍ଥାନୀୟ ସ୍କୁଲ ହଷ୍ଟେଲ ଏବଂ ପାଖା ପାଖି ଅଞ୍ଚଳରେ ବିକ୍ରି ବଟା ହେଉଥିବା ଜଣାଇଛନ୍ତି ।
ଏହି ଚାଷରୁ ସେମାନେ ବାର୍ଷିକ ୭ ଲକ୍ଷ ରୁ ୮ ଲକ୍ଷ ଟଙ୍କା ଅର୍ଜନ କରି  ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ମହିଳା ଗୋଷ୍ଠୀର ସଦସ୍ୟମାନେ କହିଛନ୍ତି । ଏଥିଲାଗି ସେମାନେ ରାଜ୍ୟ ସରକାରଙ୍କୁ ଏବଂ ମିଶନ ଶକ୍ତି ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଆଗକୁ ଏହିଭଳି ଅନେକ କିଛି ଆୟ ବୃଦ୍ଧି କାର୍ୟ୍ୟକ୍ରମ କରିବା ପାଇଁ ଇଛା ପ୍ରକାଶ କରିବା ସହ ସରକାରଙ୍କ ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମକୁ ଆଗକୁ ବଢେଇବା ପାଇଁ ମନ ବଳାଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories