www.samajalive.in
Thursday, December 11, 2025
16.1 C
Bhubaneswar

ପାୟୋନିୟର ପକ୍ଷରୁ ଧାନ ଫସଲ ଦିବସ ପାଳିତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଭାଲିଆଡାଳ ଗ୍ରାମରେ ପାୟୋନିୟର ବିହନ କମ୍ପାନୀ ପକ୍ଷରୁ ଅମଳ ଦିବସ ପାଳିତ ହୋଇଛି। ପାୟୋନିୟର କମ୍ପାନୀର କେନ୍ଦୁଝର ଜିଲା କ୍ଷେତ୍ରି ମୁଖ୍ୟ ନିହାର ରଞ୍ଜନ ଦାଶ ତତ୍ତ୍ଵାବଧାନରେ ଶତାଧିକ ଚାଷୀ ଭାଇ ଭଉଣୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବେଣୁଧର ମହାନ୍ତ ଏଠାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୨୭ପି୩୭ ଧାନ ଚାଷ କଲେ ତାଠୁ ଅଧିକ ଅମଳ କରିବାକୁ ହେଲେ ଧାନରେ ପୋକ ଲାଗିଲେ ସୁଷମ ସାର ପ୍ରୟୋଗ କଲେ ଧାନରେ ପୋକ ଲାଗିବାକୁ ନିୟନ୍ତ୍ରଣ କରି ପାରିବା ତା ବିଷୟରେ ଆଲୋଚନା ସହିତ ଚାଷୀ ମାନଙ୍କୁ ବୁଝାଇଥିଲେ। ଏହି ୭୨ପି୩୭ ଧାନକୁ ଚାଷୀ ବିଲରେ ଚାଷ କଲେ ଅନ୍ୟ ଧାନ ଅପେକ୍ଷା ୬ ରୁ ୭ କୁଇଣ୍ଟାଲ ଅଧିକ ଧାନ ଅମଳ ହୋଇଥାଏ । ଏହି ଧାନ ଅମଳ ଦିବସ କାର୍ଯ୍ୟକ୍ରମରେ ଚାଷୀ ଇନ୍ଦରମଣି ନାଏକ ,ରବିଶଙ୍କର ମହାନ୍ତ, ତପନ କୁମାର ଦାସ, ଚୌଧୁରୀ ନାଏକ, ରଞ୍ଜନ ନାଏକ, ବସନ୍ତ ମହାନ୍ତ, କୀର୍ତ୍ତନ ମହାନ୍ତ ଅଗ୍ରଣୀ ଚାଷୀ ଭାବେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories