ପାଟଣା : କେନ୍ଦୁଝର ଜିଲା ଯାଦବ ମହାସଭା ଆହ୍ୱାନ କ୍ରମେ ଯାଦବ ସମାଜର ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହୋଇ ଆସିଥିବା ଗୋ-ନବରାତ୍ର ମହୋତ୍ସବର ନବମୀ ତିଥି ନଭେମ୍ବର ୧୦ ତାରିଖରେ ଘଟଗାଁ ବ୍ଲକ ଅନ୍ତର୍ଗତ ବାରହାଟିପୁରା ଗ୍ରାମର ବରିଷ୍ଟ ଯାଦବ ରମାକାନ୍ତ ପ୍ରଧାନଙ୍କ ବାସଭବନ ସ୍ଥିତ ଫୁଲ ଫଳ ତଥା ଔଷଧୀୟ ବୃକ୍ଷଲତାର ସୁରମ୍ୟ ଉଦ୍ୟାନରେ ଅଁଳାବୃକ୍ଷ ତଥା ଜଗଦ୍ଧାତ୍ରୀ ଗୋମାତାଙ୍କର ଯଥାବିଧି ପୂଜାର୍ଚ୍ଚନା କରାଯାଇ ଅଁଳା ନବମୀ ଉତ୍ସଵ ମହାସମାରୋହରେ ପାଳନ କରାଯାଇଥିଲା । ପୂଜା ପରେ କେନ୍ଦୁଝର ଜିଲା ଯାଦବ ମହାସଭା ଉପଦେଷ୍ଟା ତଥା କେଦୁଝର ଜିଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୋ ମାହାତ୍ମ୍ୟ ଓ ଗୋସେବା ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିବା ଯାଦବ ଭାଇ ଭଉଣୀ ତଥା ଘଟଗାଁ ଓ ହରିଚନ୍ଦନପୁର ଅଞ୍ଚଳର ଗୋ ସେବକ ଭାଇଭଉଣୀ ମାନେ ଅଁଳା ବୃକ୍ଷ ମୂଳରେ ରନ୍ଧନ ହୋଇଥିବା ପ୍ରସାଦ ସେବନ କରିଥିଲେ । ନଭେମ୍ବର ୧୧ ତାରିଖ ମାୟାଧର ବାରିକଙ୍କ ଦ୍ୱାରା ଗୋମାତାଙ୍କ ବନ୍ଦନା, ପୂଜାର୍ଚ୍ଚନା ତଥା କଞ୍ଚା ଘାସ ଓ ଗୋ ଦାନା ଆଦି ପ୍ରଦାନ କରାଯାଇ ବିଜୟ ପର୍ବ ପାଳନ କରାଯାଇଥିଲା। ସଦର ବ୍ଲକ ସଭାପତି ଅକ୍ଷୟ କୁମାର ଦାସ, ଯୋଡ଼ା ବ୍ଲକ ସମ୍ପାଦକ ସୁଶାନ୍ତ କୁମାର ବାରିକ , ଚମ୍ପୁଆ ବ୍ଲକ ଉପଦେଷ୍ଟା ପ୍ରଫୁଲ କୁମାର ପ୍ରଧାନ, ହରିଚନ୍ଦନପୁର ପ୍ରତିନିଧି ପାରେଶ୍ୱର ବେହେରା, ପାଟଣା ବ୍ଲକ ସମ୍ପାଦକ ରଞ୍ଜନ କୁମାର ବାରିକ ,ଆନନ୍ଦପୁର ବ୍ଲକ କାର୍ଯ୍ୟକାରୀ ସଭାପତି ରମେଶ ନାହାକ ,ଘଟଗାଁ ବ୍ଲକର ଯାଦବ ନେତୃବୃନ୍ଦ ତଥା ବାରହାଟିପୁରା ଗ୍ରାମର ପ୍ରମୋଦ ଗିରି ଓ କ୍ଷୀରୋଦ ମହାକୁଡ଼ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ଗୋ-ନବରାତ୍ର ମହୋତ୍ସବ ଉଦଯାପିତ ହୋଇଥିଲା।



