ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ହରିଡ଼ାଗୋଠ ଗ୍ରାମର ଜଣେ ନାବାଳକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛି। ଗ୍ରାମର ସାମୁ ମୁଣ୍ଡା ପରିବାର ସହ ଘରେ ଖାଇ ପିଇ ଶୋଇଥିବା ସମୟରେ ଗତ ମଧ୍ୟ ରାତ୍ରରେ ତାଙ୍କ ନାବାଳକ ପୁଅ ଦୀନବନ୍ଧୁ ମୁଣ୍ଡା(୧୨)କୁ ସାପ କାମୁଡି ଦେଇଥିଲା। ଘଟଣା ଜଣାପଡିବା ପରେ ତାକୁ ପାଟଣା ଡାକ୍ତରଖାନା ଅଣା ଯାଇଥିଲେ ମଧ୍ୟ ଡାକ୍ତର ଆଜି ସକାଳୁ ତାକୁ ମୃତ ଘୋଷଣା କରିବା ସହ ପୁଲିସକୁ ସୂଚନା ଦେଇଥିଲେ। ପାଟଣା ଥାନା ଅପମୃତ୍ୟୁ ମାମଲା ୭୦/୨୦୨୪ ମୂଳେ ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି ଆଜି ପାଟଣାରେ ଶବ ବ୍ୟବଚ୍ଛେଦ କରାଇ ମରଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।
Popular Categories



