ପଦ୍ମପୁର: ପଦ୍ମପୁର ଉପ ଖଣ୍ତ ଭେଉଁରିଆ ଗ୍ରା.ପ ଚାଷୀମାନେ ରୋଗ ପୋକ ଦ୍ବାରା ପ୍ରଭାବିତ ଧାନ ଫସଲ କ୍ଷତି ପାଇଁ ଉପ ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀଂକ ଦ୍ବାରସ୍ଥ ହୋଇଛନ୍ତି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ ଉତ୍ସୁକତା ସହ ଚାଷ କାମ କରୁଥିଲେ ।ସରକାରୀ ,ବେସରକାରୀ ପ୍ରତିଷ୍ଠାନରୁକରଜ କରି ଚାଷ କରିଛନ୍ତି । କିନ୍ତୁ ଚଲିତ ବର୍ଷ ଅଧିକ ବର୍ଷା ଓ ପ୍ରତିକୁଳ ପାଗ ଯୋଗୁଁବର୍ତ୍ତମାନ ଧାନ ଫସଲ ବିଭିନ୍ନ ରୋଗପୋକ ଦ୍ବାରା ଆକ୍ରାନ୍ତ ହୋଇ ଫସଲ ନଷ୍ଟ ହେଉଛି । କୀଟନାଶକ ସିଞ୍ଚନ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।ରୋଗପୋକ ଆକ୍ରାନ୍ତ ଯୋଗୁଁ ଚଳିତ ବର୍ଷ ଏକଚତୁର୍ଥାଂଶ ଫସଲ ଅମଲର ସମ୍ଭାବନା ରହିଛି। ରୋଗପୋକ ଦମନ ପାଇଁ କୌଣସି ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ସମବାୟ ସମିତିରୁ ଆଣିଥିବା ୠଣ ପରିଶୋଧ କରିବା ପାଇଁ ମଧ୍ୟ ଅକ୍ଷମ ହେବେ ବୋଲି ଚାଷୀମାନେ କ୍ଷମାନିଧି ସାହୁ,ପ୍ରଦୀପ ସାହୁ,ଗୋବିନ୍ଦ ସାହୁ,ଡୋଲାମଣି ପଟେଲ ,ଦେବାନନ୍ଦ ପ୍ରଧାନ ,କିଶୋର ବହିଦାର , ସପ୍ନେଶ୍ବର ସାହୁ ,ପ୍ରଶାନ୍ତ ସାହୁ ,ସତ୍ୟ କୁମାର ବରିହା ,ବିପିନ ପଟେଲ ,ପୁଷ୍ପକାନ୍ତ ସାହୁ ,ଦୀପକ ସାହୁ ପ୍ରମୂଖ ଅଭିଯୋଗ କରିଛନ୍ତି ।
Popular Categories



