www.samajalive.in
Saturday, December 6, 2025
16.1 C
Bhubaneswar

ଶିଶୁଯତ୍ନ ଅନୁଷ୍ଠାନରେ ଜବାହାର ନବୋଦୟ ବିଦ୍ୟାଳୟ ଦ୍ୱାରା ପେସ ସେଟିଙ୍ଗ କାର୍ଯ୍ୟକ୍ରମ 

ବୌଦ୍ଧ : ଜବାହାର ନବୋଦୟ ବିଦ୍ୟାଳୟ ବୌଦ୍ଧ ଦ୍ୱାରା ବିରନରସିଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମ ଶିଶୁ ଯତ୍ନ ଅନୁଷ୍ଠାନଠାରେ ଏକ ପେସ ସେଟିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜବାହାରା ନବୋଦୟ ବିଦ୍ୟାଳୟ ବୌଦ୍ଧର ଅଧ୍ୟକ୍ଷା ଜୋଲି ଟମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ ଯୋଗଦେଇ ଶିଶୁମାନେ ସେମାନଙ୍କର ଲକ୍ଷ୍ୟ ତଥା ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବା ଉଚିତ ବୋଲି କହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନବୋଦୟ ବିଦ୍ୟାଳୟ ବୌଦ୍ଧର ଅଳକା ନାଏକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନବୋଦୟ ବିଦ୍ୟାଳୟ ବୌଦ୍ଧର ଲାଇବ୍ରେରିଆନ ଡି. ମିଶ୍ର ଶିଶୁମାନଙ୍କୁ କିଛି ବହି ପଢାଇବା ସହିତ ବିଜ୍ଞାନ ଶିକ୍ଷକ କେ.ସି. ଭୋଇ ଶିଶୁମାନଙ୍କୁ ସୂର୍ଯ୍ୟ କିରଣ, ବାୟୁମଣ୍ଡଳ ଓ ଏହା ସମ୍ବନ୍ଧୀୟ ବିଜ୍ଞାନ ଶିକ୍ଷା ଦେଇଥିଲେ। କଳା ଶିକ୍ଷକ ଅଲେଖ ତ୍ରୀପାଠୀ ଯୋଗଦେଇ ଶିଶୁମାନଙ୍କୁ ମାଟି କାରିଗରୀ ଶିକ୍ଷା ଦେଇଥିଲେ। କାର୍ଯ୍ୟକ୍ରମରେ ଶିଶୁଯତ୍ନ ଅନୁଷ୍ଠାନର ସଭାପତି ପୁର୍ଣ୍ଣଚନ୍ଦ୍ର ମହାକୁଡ, ସଂପାଦକ ନବିନ ବଘାର ଏବଂ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ। ଏହି ଅବସରରେ ଶିଶୁମାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ପରିଶେଷରେ ଜବାହାର ନବୋଦୟ ବିଦ୍ୟାଳୟ ଦ୍ୱାରା ଶିଶୁମାନଙ୍କ ପାଇଁ ଆସିଥିବା କିଛି ଉପହାର ପ୍ରଦାନ କରାଯାଇଥିଲା।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories