www.samajalive.in
Sunday, December 14, 2025
23.1 C
Bhubaneswar

ଚାଷୀଙ୍କ ନାଁରେ ‘ଭୂତ’ ବିକୁଛି ଧାନ, ଗିଳୁଛି ଟଙ୍କା ; ସନ୍ଦେହ ଘେରରେ ସରମୁହାଣ ପେକ୍ସ ସଂପାଦକ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଧାନ କିଣା ଚାଲିଛି। ଧାନ କିଣା ନାଁରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ ଆସୁଛି। ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପ୍ରାଥମିକ ସମବାୟ ସମିତି(ପେକ୍ସ)। ପେକ୍ସରୁ ଦୁର୍ନୀତିର ଚେର ଲମ୍ବି ମିଲର୍ସ ଓ ବିଭାଗକୁ ଛୁଇଁଛି। ଏଭଳି ଏକ ପେକ୍ସ ସଂପର୍କରେ ବୁଧୁବାର ‘ସମାଜ’ରେ ପ୍ରକାଶିତ ହୋଇଥିବା ବେଳେ ପୁଣି ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି ବେଲପଡ଼ା ବ୍ଲକ ସରମୁହାଣ ପେକ୍ସରୁ। ଖବର ପ୍ରକାଶ ପରେ ଜିଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଏହି ଦୁର୍ନୀତି ଅଭିଯୋଗର ସତ୍ୟତା ପରଖିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ବେଲପଡ଼ା ବ୍ଲକ ସରମୁହାଣ ପେକ୍ସର ସଂପାଦକ ତପନ ମେହେର। ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଧାନ ବିକ୍ରି କରିଥିବାର ଅଭିଯୋଗ ହୋଇଥିଲା। ଏହି ଧାନ ବିକ୍ରି ପ୍ରକ୍ରିୟାରେ ସବୁ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଦୁର୍ନୀତି କରାଯାଇଥିବା ପ୍ରାଥମିକ ପ୍ରମାଣ ମିଳୁଛି। ଉଦାହରଣ ସ୍ୱରୂପ ସରମୁହାଣ ପେକ୍ସ ଅଧରନ ଚକରକେନ ଗାଁର ଚାଷୀ ସାଧୁ ପୁଟେଲ। ଶ୍ରୀ ପୁଟେଲଙ୍କ ୫ ଏକର ଜମି ବାବଦରେ ୨୮୨ କ୍ୱିଣ୍ଟାଲ ଧାନ ବିକ୍ରି କରାଯାଇଛି। ଏକର ପିଛା ୧୩ କ୍ୱିଣ୍ଟାଲ କିଣିବାର ନିୟମ ଥିବା ବେଳେ ସାଧୁଙ୍କ ଅଜାଣତରେ ଏକର ପିଛା ୫୦ର ଉର୍ଦ୍ଧ୍ବ କ୍ୱିଣ୍ଟାଲ ଧାନ ଦେଖା ଯାଇଛି। ସେହିପରି ଧୁମାଭଟା ଗାଁର ଚାଷୀ ଅନ୍ତରାମ କାଣ୍ଡ। ତାଙ୍କ ନାଁରେ ୨୬୦ କ୍ୱିଣ୍ଟାଲ ଓ ଖରଖରା ଗାଁର ଚାଷୀ ଜଳନ୍ଧର ଛତ୍ରିଆଙ୍କ ନାଁରେ ୩୬୦ କ୍ୱିଣ୍ଟାଲ ଧାନ ବିକ୍ରି କରାଯାଇଛି। ସେମାନଙ୍କ ନାଁରେ ଏତେ ପରିମାଣର ଧାନ ବିକ୍ରି କରାଯାଇଛି ବୋଲି ସାଧୁଙ୍କ ଭଳି ଅନ୍ତରାମ ଓ ଜଳନ୍ଧର ବି ଜାଣନ୍ତି ନାହିଁ। ତେବେ ଧାନ କିଣା ନେଇ ସାଧୁ, ଅନ୍ତରାମ ଓ ଜଳନ୍ଧରଙ୍କୁ ଦେଖାଇବା ପରେ ସେମାନେ ତାଜୁବ ହୋଇଥିଲେ। ସାଧୁ ପୁଟେଲ କହିଥିଲେ ଯେ, ସେ ଏତେ ଧାନ ବିକ୍ରି କରିନାହାନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ବେଲପଡ଼ା ଭଳି ଆଖ ପାଖ ବ୍ଲକ ଧାନ ଚାଷ ବଦଳରେ କପା ଚାଷକୁ ଗୁରୁତ୍ୱ ଦିଅନ୍ତି। କିନ୍ତୁ କପା ଚାଷ କରିଥିବା ଚାଷୀଙ୍କ ଜମି କାଗଜପତ୍ର ଜରିଆରେ ବେଆଇନ ଭାବେ ଧାନ ଚାଷ କରାଯାଇଥିବା ଦର୍ଶାଇ ପେକ୍ସରେ ଚାଷୀ ପଞ୍ଜୀକରଣ କରାଯାଉଥିବା ଅଭିଯୋଗ ହେଉଛି। ଟୋକନ ଆସିବା ପରେ ଚାଷୀଙ୍କୁ ଭଣ୍ଡେଇ ଦଲାଲଙ୍କ ଧାନକୁ କିଣାଯାଉଛି ଚାଷୀଙ୍କ ନାଁରେ। ଆଉ ସରକାର ଦେଉଥିବା ନିର୍ଦ୍ଧାରିତ ଅର୍ଥ ପାଇ ଦଲାଲ, ପେକ୍ସ ସଂପାଦକ ମାଲେମାଲ ହେଉଥିବା କଥା ସାମ୍ନାକୁ ଆସିବାରେ ଲାଗିଛି। ଏହିକ୍ରମରେ ପେକ୍ସର ଜାଲ୍ ପରିବହନ ପ୍ରମାଣପତ୍ର ରଖି କଣ୍ଟାବାଞ୍ଜିର ଲିଲୁରାମ ରାଇସ୍ ମିଲ୍ ଷ୍ଟକ୍‌ରେ ଧାନ ରହିଥିବା ଦେଖାଇଥିଲା। କିନ୍ତୁ ସନ୍ଦେହ ହେବାରୁ ଚଢଉ ହୋଇଥିଲା। ଷ୍ଟକରେ ଯେତିକି ଧାନ ଥିବା ଦେଖା ଯାଉଥିଲା ତା’ଠାରୁ ୨୦ହଜାର କ୍ୱିଣ୍ଟାଲ ଧାନ କମ୍ ଥିଲା। ଫଳରେ ଏହି ମିଲ୍କୁ ବର୍ଷେ ପାଇଁ ଧାନ ଉଠାଇବା ଓ ଚାଉଳ ଦେବା ପ୍ରକ୍ରିୟାରୁ ବାଦ୍ ଦେଇଛନ୍ତି ଜିଲାପାଳ ଶ୍ରୀ ରାଣା। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ବାଦ୍ ପ୍ରକ୍ରିୟା ବଳବତ୍ତର ରହିବ ବୋଲି କଡ଼ାକଡ଼ି ଭାବେ ଉଲ୍ଲେଖ ହୋଇଛି। ସେହିପରି ସରମୁହାଣ ଚାଷୀଙ୍କ ଅଜାଣତରେ ଧାନ ବିକାକୁ ଗୁରୁତର ସହ ନେଇଛନ୍ତି ଜିଲାପାଳ ଶ୍ରୀ ରାଣା। ପାଟଣାଗଡ ଉପ ଜିଲାପାଳ ସୋମନାଥ ପ୍ରଧାନଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମାମଲାର ଛାନ୍‌ଭିନ ଆରମ୍ଭ କରିଛନ୍ତି ବେଲପଡ଼ା ତହସିଲଦାର। ତେବେ ଉପ ଜିଲାପାଳ ଶ୍ରୀ ପ୍ରଧାନ ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ ଦୁର୍ନୀତି ନେଇ। ଜାଲ କାଗଜପତ୍ର ଜରିଆରେ ଏହି ହେରଫେର କରାଯାଇଥିବା ଉପ ଜିଲାପାଳ ସ୍ପଷ୍ଟ କରିଛନ୍ତି। ଏହି ହେରଫେରରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ଜିଲାପାଳ ଶ୍ରୀ ପ୍ରଧାନ ମତ ଦେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories