ଉତ୍ତର-ଆମେରିକା, ଫିନ୍ଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ ପ୍ରାନ୍ତରେ ବରଫ ପେଚା କଦବା କ୍ବଚିତ୍ ବିଶେଷଜ୍ଞଦଳ ଦେଖିଛନ୍ତି। ବିଦେଶୀ ରାଇଜରେ ଏହି ବିରଳ ପକ୍ଷୀଟି ‘ସ୍ନୋଇ ଓଉଲ୍’ ନାମରେ ପରିଚିତ, ଶେଷଥର ୧୮୯୦ରେ ଆମେରିକାର ସେଣ୍ଟ୍ରାଲ୍ ପାର୍କରେ ବରଫ ପେଚା ଦେଖାଯାଇଥିଲା। କିଛି ବର୍ଷ ପର୍ଯ୍ୟନ୍ତ ଏହି ପକ୍ଷୀ ଘନଜଙ୍ଗଲ ସହ ଅନ୍ୟାନ୍ୟ ପ୍ରାନ୍ତରେ ଦେଖା ନଯିବାରୁ ବିଶେଷଜ୍ଞ ସମୂହ ଅନୁମାନ କଲେ, ବୋଧହୁଏ ପକ୍ଷୀଟି ଲୁପ୍ତ ହୋଇଗଲା। ଅନ୍ୟ ପ୍ରଜାତିର ପେଚା ଦିନରେ ଶୋଇ, ରାତି ସାରା ଉଜାଗର ରହୁଥିବାବେଳେ ବରଫ ପେଚା କିନ୍ତୁ ଦିନ ବେଳା ଅଧିକ ସକ୍ରିୟ ରହନ୍ତି। ଏମାନେ ଅତିବେଶୀରେ ୧୦ ବର୍ଷ ଜୀବିତ ରହନ୍ତି, ଆମେରିକାରେ ଏହି ପେଚା ନିଶ୍ଚିହ୍ନ ହୋଇଯାଇଥିଲା କହିଲେ ଚଳେ।
ପ୍ରାୟ ୧୩୦ ବର୍ଷ ପରେ ନ୍ୟୁୟର୍କର ଏକ ପାର୍କର ଗଛରେ ବରଫ ପେଚା ବସିଥିବା ଦେଖି ଦେଖଣାହାରୀ ଫଟୋ ଉଠାଇ ସୋସିଆଲ୍ ସାଇଟ୍ରେ ଅପଲୋଡ କରିିଥିଲେ। ଏବେ ଏହି ପକ୍ଷୀ ଉପରେ ଅଧିକ ଗବେଷଣା ଜାରି ରହିବା ସହ ଗବେଷକଦଳ ସେମାନଙ୍କ କାମ ପାଇଁ ପକ୍ଷୀଜଗତକୁ କୌଣସି ପ୍ରକାର ହାନି ପହଞ୍ଚାଇବେନାହିଁ ବୋଲି ବଦ୍ଧପରିକର ହୋଇଛନ୍ତି।



