www.samajalive.in
Saturday, December 6, 2025
15.1 C
Bhubaneswar

ସେରମ ଇନଷ୍ଟିଚ୍ୟୁଟର ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ : ସରକାର ଦେବେ ୩୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣକୁ ପ୍ରତିହତ କରିବାକୁ ଟିକା ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟକୁ ୩୦୦୦ କୋଟି ଟଙ୍କା ଅନୁଦାନ ଆକାରରେ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱର ଏହି ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସଂପ୍ରତି ମାସକୁ ୭୦ ନିୟୁତ ଟିକା ଉତ୍ପାଦନ କରୁଥିବାବେଳେ ତାହା ମାସକୁ ୧୦୦ ନିୟୁତ ଡୋଜକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ପାଣ୍ଠି ଲୋଡିଥିଲା। ଏହା ମିଳିବା ପରେ ମେ ମାସ ଶେଷସୁଦ୍ଧା ଏହାର ଆଷ୍ଟ୍ରାଜେନେକା କୋଭିଡ-୧୯ ପ୍ରତିଷେଧକ ଟିକା ଉତ୍ପାଦନ କ୍ଷମତା ବୃଦ୍ଧି ଘଟିବ। ଇତିମଧ୍ୟରେ କେନ୍ଦ୍ର ସରକାର ୧୮ ବର୍ଷ ଏବଂ ତାହାଠାରୁ ଅଧିକ ବୟସର ସମସ୍ତଙ୍କ ପାଇଁ କୋଭିଡ ଟିକାକରଣ ଉନ୍ମୁକ୍ତ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ବିପୁଳ ଟିକା ଆବଶ୍ୟକ ପଡିବ। ସେରମ ଇନଷ୍ଟିଚ୍ୟୁଟର ଉତ୍ପାଦନ କ୍ଷମତା ବୃଦ୍ଧିଘଟିଲେ ସେହି ଆବଶ୍ୟକତାକୁ କିଛିଅଂଶରେ ପୂରଣ କରାଯାଇପାରିବ ବୋଲି ସରକାର ମନେକରୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ସେରମ ଇନଷ୍ଟିଚ୍ୟୁଟ ଖୁବଶୀଘ୍ର ନୋଭାଭାକ୍ସ କୋଭିଡ-୧୯ ଟିକା ଉତ୍ପାଦନ ମଧ୍ୟ ଆରମ୍ଭ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories