www.samajalive.in
Sunday, December 7, 2025
13.1 C
Bhubaneswar

୨୪ରୁ ସପ୍ତାହାନ୍ତ ସଟ ଡାଉନ, ସବୁ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ

ରାଜ୍ୟରେ କରୋନା ମହାମାରୀର ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କଠୋର ସାମାଜିକ ଦୂରତା ଏବଂ ସଙ୍ଗରୋଧକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ସପ୍ତାହାନ୍ତ ସଟ ଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ, ଧାରା ୨୪ ଅନୁଯାୟୀ ରାଜ୍ୟ ସରକାର ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ ଡାଉନ କ୍ଷେତ୍ରରେ ଅନୁପାଳନ ହେବାକୁ ଥିବା କେତେକ ନିୟମରେ ଆଂଶିକ ପରିବର୍ତ୍ତନ କରିଛନ୍ତି।

- Advertisement -

ଏହି ବିଷୟ ଘୋଷଣା କରି ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ପୂର୍ବ ନିର୍ଦ୍ଦେଶ ମୁତାବକ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ରାତି କର୍ଫ୍ୟୁ ସନ୍ଧ୍ୟା ୬ରୁ ସକାଳ ୫ଟା ଓ ଅନ୍ୟ ଜିଲ୍ଲା ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।

ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଯାତାୟାତ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିବା ବେଳେ କେତେକ ଜରୁରୀକାଳୀନ କ୍ଷେତ୍ର ପାଇଁ ଅନୁମତି ଦିଆଯାଇଛି। ଅନୁମତି ଦିଆଯାଇଥିବା କ୍ଷେତ୍ରଗୁଡିକ ହେଉଛି –
୧. ଜିଲ୍ଲା ଏବଂ ମ୍ୟୁନିସିପାଲିଟି ପ୍ରଶାସନ, ପୁଲିସ ଏବଂ ଡ୍ୟୁଟିରେ ଥିବା ସରକାରୀ ଅଧିକାରୀ
୨. ଡାକ୍ତର ଏବଂ ସରକାରୀ ଓ ଘରୋଇ ମେଡିକାଲ୍ ତଥା ପାରାମେଡିକାଲ୍ କର୍ମଚାରୀ
୩. ବିଦ୍ୟୁତ୍, ଟେଲି ଯୋଗାଯୋଗ, ଜଳ ଯୋଗାଣ, ପରିମଳ, ସ୍ୱେରେଜ୍ ସେବା ଏବଂ କର୍ମଚାରୀଙ୍କୁ ନେବାଆଣିବା ପାଇଁ ବ୍ୟବହୃତ ଯାନବାହାନ
୪. ଆଇଟି କମ୍ପାନୀଗୁଡିକର କର୍ମଚାରୀମାନେ ସେମାନଙ୍କର ଆଇଡି କାର୍ଡ ଦେଖାଇ ଯାଇପାରିବେ
୫. ଡାକ୍ତରଖାନା ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ଯେକୌଣସି ବ୍ୟକ୍ତି ଉପଯୁକ୍ତ ପ୍ରମାଣ ସହ
୬. ଔଷଧ ଦୋକାନ ମାଲିକଓ କର୍ମଚାରୀ
୬. ସମସ୍ତ ଶିଳ୍ପ ୟୁନିଟ୍
୭. ସମସ୍ତ ନିର୍ମାଣ କାର୍ଯ୍ୟ
୮. ବିମାନ, ରେଳ ଏବଂ ସଡ଼କ ଦ୍ୱାରା ଯାତ୍ରୀମାନଙ୍କ ଚଳାଚଳକୁ ସୁଗମ କରିବା ପାଇଁ ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲକୁ ଯିବା ନିମନ୍ତେ ସର୍ବସାଧାରଣ ପରିବହନ, ବେସରକାରୀ ଯାନ, ଟ୍ୟାକ୍ସି ବ୍ୟବହାର
୯. ହୋଟେଲ ଏବଂ ଆତିଥ୍ୟ ୟୁନିଟ୍ ଗୁଡିକର କାର୍ଯ୍ୟ, ସେମାନଙ୍କ ସହ ଜଡିତ କାର୍ଯ୍ୟାଳୟ ଓ କର୍ମଚାରୀ
୧୦. ଜାତୀୟ ଏବଂ ରାଜ୍ୟ ରାଜପଥ / ମୁଖ୍ୟ ରାସ୍ତା ପାର୍ଶ୍ୱରେ ଢ଼ାବା, କେବଳ ଖାଦ୍ୟ ନେବା ପାଇଁ
୧୧. ପେଟ୍ରୋଲ ପମ୍ପ ଏବଂ ସିଏନଜି ଷ୍ଟେସନ
୧୨. କମିଶନରେଟ ଓ ଜିଲ୍ଲା ପୁଲିସ୍ ଦ୍ୱାରା ଚିହ୍ନିତ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ପ୍ରତିନିଧି

ସେହିପରି ଆସନ୍ତା ୨୪ ତାରିଖ ରାତି ୯ଟାରୁ ସମସ୍ତ ଜିଲାରେ ସପ୍ତାହାନ୍ତ ସଟ ଡାଉନ ଲାଗୁ ହେବ। ଉଭୟ ଶନିବାର ଓ ରବିବାର ଦୁଇ ଦିନ ପାଇଁ ଏହା ବଳବତ୍ତର ରହିବ। ତେବେ କେତେକ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଘୋଷଣା କରିଛନ୍ତି। ସଟ ଡାଉନ ସମୟରେ ଅନୁମତି ଦିଆଯାଇଥିବା କ୍ଷେତ୍ରଗୁଡିକ ହେଉଛି –
୧. ହସପିଟାଲ, କ୍ଲିନିକ, ନର୍ସିଙ୍ଗ ହୋମ, ଔଷଧ ଦୋକାନ, ଆମ୍ବୁଲାନ୍ସ, ସମସ୍ତ ମେଡିକାଲ କର୍ମଚାରୀ
୨. ଜିଲ୍ଲା ଓ ମୁନିସିପାଲିଟି ପ୍ରଶାସନ/ପୁଲିସ/ଅଗ୍ନିଶମ
୩. ଜରୁରୀକାଳୀନ ସେବା ପାଇଁ ଅଧିକୃତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ
୪. ଟେଲିକମ ସେବା
୫. ପେଟ୍ରୋଲ ପମ୍ପ
୬. ରୋଷେଇ ଗ୍ୟାସ ବଣ୍ଟନ ଓ ତାହା ସହ ସମ୍ପର୍କିତ କର୍ମଚାରୀ ଓ ଯାନବାହାନ
୭. ଛାପା ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମ
୮. ଜଳ ଯୋଗାଣ, ପରିମଳ ଏବଂ ସ୍ୱେରେଜ କର୍ମଚାରୀ
୯. ବିଦ୍ୟୁତ ଯୋଗାଣ
୧୦. ସାମଗ୍ରୀ ପରିବହନ ଓ ସମ୍ପର୍କିତ କାର୍ଯ୍ୟ
୧୧. ଶିଳ୍ପ ପ୍ରତିଷ୍ଠାନ, ଫ୍ୟାକ୍ଟ୍ରି ଏବଂ ନିର୍ମାଣ କାର୍ଯ୍ୟ
୧୨. କୃଷି, ମତ୍ସ୍ୟ ସମ୍ପଦ, ପଶୁପାଳନ, ମଣ୍ଡି
୧୩. ଆଇଟି, ହୋଟେଲ ସେବା କ୍ଷେତ୍ର କର୍ମଚାରୀ
୧୪. ରେଳ ଏବଂ ବିମାନ ସେବା ନିମନ୍ତେ ଗମନାଗମନ
୧୫. ରାଜପଥରେ ପରିବହନ
୧୬. ବିମାନ, ରେଳ ଏବଂ ସଡ଼କ ଦ୍ୱାରା ଯାତ୍ରୀମାନଙ୍କ ଚଳାଚଳକୁ ସୁଗମ କରିବା ପାଇଁ ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲକୁ ଯିବା ନିମନ୍ତେ ସର୍ବସାଧାରଣ ପରିବହନ, ବେସରକାରୀ ଯାନ, ଟ୍ୟାକ୍ସି ବ୍ୟବହାର
୧୭. ବିବାହ ଏବଂ ଶେଷକୃତ୍ୟ (ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ)
୧୮. ଏଟିଏମ, ଜରୁରୀ ଆର୍ଥିକ ସଂସ୍ଥା ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, କ୍ଳିଅରିଂ ହାଉସ
୧୯. ବିମାନବନ୍ଦର, ରେଳ ଷ୍ଟେସନ, ବସ ଟର୍ମିନାଲ ଓ ଏହା ସମ୍ପର୍କିତ କାର୍ଯ୍ୟାଳୟ ଓ କର୍ମଚାରୀ
୨୦. ଜମାଟୋ ଓ ସ୍ୱିଗି ଭଳି ସଂସ୍ଥା ଓ ରେସ୍ତୋରାଁ ଯେଉଁମାନେ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ଆବଶକୀୟ ସାମଗ୍ରୀ ଘରେ ପହଞ୍ଚିବେ
୨୧. ଜାତୀୟ ଏବଂ ରାଜ୍ୟ ରାଜପଥ / ମୁଖ୍ୟ ରାସ୍ତା ପାର୍ଶ୍ୱରେ ଢ଼ାବା, କେବଳ ଖାଦ୍ୟ ନେବା ପାଇଁ
୨୨. ଦୁଗ୍ଧ ଓ ଦୁଗ୍ଧ ଜାତୀୟ ସାମଗ୍ରୀ
୨୩. ହୋମ ଡେଲିଭରି ନିମନ୍ତେ ରିଲାଏନ୍ସ ଫ୍ରେଶ, ବିଗ ବଜାର ଓ ଚିଲିକା ଫ୍ରେଶ ଭଳି ସଂସ୍ଥା
୨୪. ସକାଳ ୫ରୁ ୮ ପର୍ଯ୍ୟନ୍ତ ସଂପାଦପତ୍ର ବିକ୍ରେତା/ହକର

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories