www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତକୁ ଓୱେସୀଙ୍କ ବିରୋଧ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଶିଳାନ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମନ୍ଦିରର ଭୂମିପୂଜା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି ଲୋକସଭା ସଦସ୍ୟ ଅସଉଦ୍ଦୀନ ଓୱେସୀ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସାମ୍ବିଧାନିକ ଶପଥର ଉଲ୍ଲଂଘନ କରିବ। କାରଣ ଧର୍ମ ନିରପେକ୍ଷତା ହେଉଛି ଦେଶର ସମ୍ବିଧାନର ଗୁରୁତ୍ଵପୂର୍ଣ୍ଣ ଅଂଶ।

ଏଆଇଏମଆଇଏମ୍‌ ଅଧ୍ୟକ୍ଷ ଓୱେସୀ ମୋଦୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଭୂମି ପୂଜନରେ ସାମିଲ ହେଲେ ତାଙ୍କ ସାମ୍ବିଧାନିକ ପଦର ଶପଥର ଉଲ୍ଲଂଘନ ହୋଇପାରେ। ଆମେ ଏହା ଭୁଲିପାରିବୁ ନାହିଁ ଯେ ୪୦୦ ବର୍ଷ ଧରି ବାବ୍ରି ମସଜିଦ୍‌ ଅଯୋଧ୍ୟାରେ ଥିଲା। କିନ୍ତୁ ୧୯୯୨ରେ ମସଜିଦକୁ ଏକ ଆପରାଧିକ ଗୋଷ୍ଠୀ ଭାଙ୍ଗି ଦେଇଥିଲେ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories