www.samajalive.in
Saturday, December 6, 2025
17.1 C
Bhubaneswar

ବିଜେପିକୁ ଭୋଟ ଦେବା ପାଇଁ ୪୦୦ରୁ ଊର୍ଦ୍ଧ୍ବ ସାହିତ୍ୟିକଙ୍କ ନିବେଦନ

ନୂଆଦିଲ୍ଲୀ : କିଛି ଦିନ ତଳେ କଳାକାର ଏବଂ ଲେଖକଙ୍କ ଏକ ସମୂହ ନରେନ୍ଦ୍ର ମୋଦୀ ଏବଂ ବିଜେପି ବିରୋଧରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏବେ ସାହିତ୍ୟିକଙ୍କ ଅନ୍ୟ ଏକ ସମୂହ ମୋଦୀଙ୍କ ପକ୍ଷରେ ବିଜେପିକୁ ଭୋଟ ଦେବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି।
ପ୍ରସିଦ୍ଧ ସାହିତ୍ୟିକ ନରେନ୍ଦ୍ର କୋହଲି, ଚିତ୍ରା ମୁଦ୍‍ଗଲ, ସୂର୍ଯ୍ୟକାନ୍ତ ବାଲିଙ୍କ ସମେତ ଦେଶର ୪୦୦ରୁ ଅଧିକ ସାହିତ୍ୟିକ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ଭାରତୀୟ ସାହିତ୍ୟିକ ସଂଗଠନ ବ୍ୟାନର ତଳେ ଏକାଠି ହୋଇଥିବା ସାହିତ୍ୟିକ ଏବଂ ବୁଦ୍ଧିଜୀବୀ ନିଜ ନିବେଦନରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱରେ ଭାରତର ପ୍ରତିଷ୍ଠା ଏବଂ ପ୍ରତିପତିକୁ ବୃଦ୍ଧି କରିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଦେଖାଇଛନ୍ତି ଏବଂ ଶେଷ ଲୋକ ପ୍ରର୍ଯ୍ୟନ୍ତ ବିକାଶର ନୂଆ ଧାରା ପହଞ୍ଚାଇଛନ୍ତି। ତେଣୁ ଦେଶବାସୀ ନିଜ ଭୋଟ ଦେଶର ଅଖଣ୍ଡତା, ସୁରକ୍ଷା, ସ୍ୱାଭିମାନ ଏବଂ ବିକାଶକୁ ବଜାୟ ରଖିବା ପାଇଁ ଦିଅନ୍ତୁ। ନରେନ୍ଦ୍ର ମୋଦୀଙ୍କୁ ଭୋଟ ଦେଇ ବିକାଶରଧାରାକୁ ବଜାୟ ରଖନ୍ତୁ।
ଏହା ପୂର୍ବରୁ ଭାରତୀୟ ଲେଖକ ଫୋରମରେ ଗିରିଶ କନ୍ନାଡ, ରୋମିଲା ଥାପର, ଅମିତାଭ ଘୋଷ, ନୟନତାରା ସହଗଲ ଏବଂ ଅରୁନ୍ଧତୀ ରାୟଙ୍କ ଭଳି ୨୦୦ରୁ ଅଧିକ ଲେଖକ ଏବଂ କଳାକାର ମୋଦୀଙ୍କୁ ଭୋଟ ନେଦବାକୁ ନିବେଦନ କରିଥିଲେ। ଘୃଣା ରାଜନୀତି ବିରୋଧରେ ଭୋଟ ଦେବାକୁ ସେମାନେ ଦେଶବାସୀଙ୍କୁ ନିବେଦନ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories