www.samajalive.in
Monday, December 15, 2025
27.1 C
Bhubaneswar

ପୁଣି ଥରେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ – ୫ ହଜାର ଟଙ୍କାର ବିକ୍ରି ହୋଇଥିବା ସୂଚନା

ମାଲକାନଗିରି:  : ମାଲକାନଗିରି ଜିଲ୍ଲାରେ ଗତ ଅଗଷ୍ଟ ୨୯ ତାରିଖ ଦିନ ତିନୋଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଏହି ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ରଦ୍ଦ କରି ଆଜି ପୁନଃ ପରୀକ୍ଷା କରାଯାଇଛି । ଗତ ୨୯ ତାରିଖରେ ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁନର୍ବାର ଆଜି ଏହି ପରୀକ୍ଷା ଦେବା ସହ ଉକ୍ତ ଦିନ ଯେଉଁମାନେ ପରୀକ୍ଷା ନଦେଇ ଅନୁପସ୍ଥିତ ଥିଲେ ସେମାନେ ପରୀକ୍ଷା ଦେଇ ନାହାନ୍ତି । ତେବେ ଗତ ୨୯ ତାରିଖ ପରୀକ୍ଷାରେ କପି କରୁଥିବା ୯ ଜଣ ଶିକ୍ଷକଙ୍କ ଉପରେ ବିଗତ ଦିନରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଆଜି ଜିଲାର ତିନୋଟି କେନ୍ଦ୍ରରେ ଏହି ପରୀକ୍ଷା  କରାଯାଇଛି । ତେବେ ପୁଣିଥିରେ ପ୍ରଶ୍ନପତ୍ର ଲିିକ୍‌ ହୋଇଥିବା ଅଭିଯୋଗ ହୋଇଛି ।

ଆଜିର ଏହି ପରୀକ୍ଷାରେ ମୋଟ ୭୭୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ଦେଇଛନ୍ତି । ଆଜିର ଏହି ପରୀକ୍ଷା ଜିଲ୍ଲା ସଦର ମହକୁମାର ମହିଳା ମହାବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନଗିରିରେ ଅନୁଷ୍ଠିତ ହେଇଥିବା ବେଳେ ଏହାର ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଇଉପିଏ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଜିଲ୍ଲାପାଳ ବିରଶେନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ଜେନା ଓ ଅନ୍ୟାନ୍ୟ ଅଧିକାରୀ ମାନେ ପରୀକ୍ଷା କେନ୍ଦ୍ର ଗୁଡିକ ଗସ୍ତ କରି ସମୀକ୍ଷା କରିଥିଲେ । ପୂର୍ବରୁ ଏହି ପରୀକ୍ଷାରେ ତ୍ରୁଟି ହେବା ସହ ପ୍ରଶ୍ନ ପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆଜି ମଧ୍ୟ ସେହିଭଳି ପରିସ୍ଥିତି ଦେଖିବା ପାଇଁ ମିଳିଛି । ତେବେ ଏହାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜେନା ଖଣ୍ଡନ କରିବା ସହ ପରୀକ୍ଷା ସୂଚାରୁ ରୂପେ ହୋଇଥିବା ପ୍ରକାଶ କରିଛନ୍ତି ।

- Advertisement -

ପୂର୍ବଥର ପରୀକ୍ଷା ପୂର୍ବରୁ ପ୍ରଶ୍ନତ୍ତରଗୁଡିକ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା, ଏବେ ସେପରି ହୋଇଥିବା ଅଭିଯୋଗ ହେବା ସହ ଏକ ପ୍ରଶ୍ନୋତ୍ତର ମୋବାଇଲ୍‌ରୁ ମୋବାଇର୍‌ ଘୁରି ବୁଲୁଛି । ଏଥିପାଇଁ ୫ ହଜାର ଲେଖାଏଁ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହା ତଦନ୍ତ ସାପେକ୍ଷ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories