ଭୁବନେଶ୍ବର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ପକ୍ଷରୁ ମଙ୍ଗଳବାରଠାରୁ ୪୩ଟି ମାର୍ଗରେ ବସ୍ ଚଳାଚଳ ଆରମ୍ଭ କରିବ। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବସ୍ରେ ଯାତ୍ରା ସମୟରେ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରାଷ୍ଟ୍ରାୟତ୍ତ ନିଗମର ୧୬ଟି ସ୍ଥାନ (ଡିପୋ)ରୁ ବର୍ଗ-ଅ ଜିଲାଗୁଡ଼ିକରେ ବସିବା କ୍ଷମତା ସହିତ ବସ୍ ଚଳାଚଳ କରିବ। କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯିବାପାଇଁ ଅନୁମତି ଦିଆଯିବନାହିଁ। ବିଭାଗ ଦ୍ବାରା ବସ୍ଗୁଡ଼ିକ ବିଶୋଧନ କରାଯିବ। ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ଜନସାଧାରଣଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଏବଂ ବସ୍ରେ ଭିଡ଼ ନ କରିବାକୁ ଅନୁରୋଧ କରିଛନ୍ତି ।
Popular Categories



