www.samajalive.in
Sunday, December 7, 2025
23.1 C
Bhubaneswar

ମଗାଇଲେ ରିମୋଟ କଂଟ୍ରୋଲ କାର; ପହଞ୍ଚିଲା ପାର୍ଲେ ଜି ବିସ୍କୁଟ

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମରେ ବିଭିନ୍ନ ସମୟରେ ଗ୍ରାହକ ମଗାଉଥିବା ସାମଗ୍ରୀ ପରିବର୍ତ୍ତେ ଅନ୍ୟ ସାମଗ୍ରୀ ଦିଆଯାଉଥିବା ଅଭିଯୋଗ ହେଉଥିବାବେଳେ ସେଥିରେ ନିକଟରେ ଆଉଏକ ଅଭିଯୋଗ ଯୋଡିହୋଇଛି। ଦିଲ୍ଲୀରେ ଜଣେ ବ୍ୟକ୍ତି ଆମାଜନ ଇ-କମର୍ସ ପ୍ଲାଟଫର୍ମରେ ଏକ ରିମୋଟ କଂଟ୍ରୋଲ କାର୍‍ ମଗାଇଥିଲେ। ତାଙ୍କ ଅର୍ଡର ଅନୁଯାୟୀ ତାଙ୍କ ଘରେ ପ୍ୟାକେଟ ପହଞ୍ଚିଲା। କିନ୍ତୁ ତାହା ଖୋଲିବା ବେଳକୁ ପ୍ୟାକେଟ ଭିତରେ ପାର୍ଲେ ଜି ବିସ୍କୁଟ ଥିବା ଦେଖିବାକୁ ମିଳିଥିଲା। ଏହାପରେ ଉକ୍ତ ବ୍ୟକ୍ତି ବିକ୍ରମ ବୁରାଗୋହେନ୍‍ ଫେସବୁକରେ ଇ-କମର୍ସ ସଂସ୍ଥା ପକ୍ଷରୁ ଏଭଳି ବେପରୁଆ କାରବାର ସମ୍ପର୍କରେ ସେୟାର କହିଛନ୍ତି। ଏ ସମ୍ପର୍କରେ ସେ ଆମାଜନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଦାଏର କରି ତାଙ୍କୁ ଭୁଲକ୍ରମେ ପାର୍ଲେ ଜି ବିସ୍କୁଟ ଦିଆଯାଇଥିବା କହିଛନ୍ତି। ଅବଶ୍ୟ ଆମାଜନ କର୍ତ୍ତୃପକ୍ଷ ଇତିମଧ୍ୟରେ ରିମୋଟ କଂଟ୍ରୋଲ କାର୍‍ ପାଇଁ ବିକ୍ରମ ଦେଇଥିବା ଅର୍ଥ ଫେରସ୍ତ କରିବାକୁ ପଦକ୍ଷେପ ନେଉଥିବା ଏବଂ ଏଥିପାଇଁ କ୍ଷମା ମାଗିଥିବା ଜଣାଯାଇଛି। ଗତ ମାସରେ ମୁମ୍ବଇସ୍ଥିତ ଜଣେ ବ୍ୟକ୍ତି ସେହି ଇ-କମର୍ସ ପ୍ଲାଟଫର୍ମରେ ଏକ କୋଲଗେଟ ମାଉଥ ୱାଶ୍‍ ମଗାଇଥିଲେ। କିନ୍ତୁ ତାଙ୍କୁ  ରେଡମି ନୋଟ ୧୦ ଫୋନ ମିଳିଥିଲା। ଜଣାଯାଇଛି ଯେ ହାଇଦରାବାଦର ଜଣେ ମହିଳା ଉକ୍ତ ଫୋନ ମଗାଇଥିଲେ। ତାଙ୍କ ପାଖରେ ମାଉଥୱାଶ ପହଞ୍ଚଥିଲା।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories