www.samajalive.in
Saturday, December 6, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧୀକାର ଭଙ୍ଗ ନୋଟିସ: କଂଗ୍ରେସ କହିଲା ଇତିହାସରେ କଳଙ୍କିତ ଅଧ୍ୟାୟ

ଭୁବନେଶ୍ବର: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ସୋମବାର ବିରୋଧୀ କଂଗ୍ରେସ ପକ୍ଷରୁ ଶୂନ୍ୟକାଳରେ ଏହି ନୋଟିସ ଅଣାଯାଇଛି। ମୁଖ୍ୟମନ୍ତ୍ରୀ ଅଗ୍ନିବୀର ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ବାହାରେ ଘୋଷଣା କରି ବିଧାନସଭା ଏବଂ ସମ୍ବିଧାନକୁ ଅପମାନିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହା ପ୍ରତିବାଦରେ ଉଭୟ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସି କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି।

ଶୂନ୍ୟକାଳରେ କଂଗ୍ରେସ ପକ୍ଷରୁ ସ୍ବାଧୀକାର ଭଙ୍ଗ ନୋଟିସ ଅଣାଯିବା ପରେ ବାଚସ୍ପତି ତାହାକୁ ଗ୍ରହଣ କରିଥିଲେ। ଏହା ପରେ ଗୃହରେ ଆଲୋଚନା ଜାରି ରହିଛି। ଆଲୋଚନା କାଳରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗୃହକୁ ଆସି କ୍ଷମା ମାଗନ୍ତୁ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମର୍ମାହତ କରିଛି ବୋଲି ଗଣେଶ୍ବର ବେହେରା କହିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଗୃହରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଲା ବୋଲି ତାରା କହିଛନ୍ତି। ଗୃହ ଏବଂ ସମ୍ବିଧାନକୁ ମୁଖ୍ୟମନ୍ତ୍ରୀ ଅପମାନିତ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories