www.samajalive.in
Thursday, December 11, 2025
14.1 C
Bhubaneswar

ରୋଗୀ କରୁଥିଲେ କଥାବାର୍ତ୍ତା ; ଡାକ୍ତର କଲେ ଅସ୍ତ୍ରୋପଚାର

ରାଜସ୍ଥାନ : ଅସ୍ତ୍ରୋପଚାର କକ୍ଷର ବାହାରେ ଠିଆ ହୋଇ ପରିଜନମାନେ ରୋଗୀର ଅସ୍ତ୍ରୋପଚାର ସୁରୁଖୁରେ ହେଉ ବୋଲି ପ୍ରାର୍ଥନା କରୁଥିବା ଶୁଣିଥିବେ, ମାତ୍ର ଟେବୁଲରେ ଏକ ରୋଗୀଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର ହେଉଥିବା ସମୟରେ ସେ ନିଜର ସୁସ୍ଥତା ଦେବା ପାଇଁ ଡ଼ାକ୍ତରଙ୍କ ସହ ଲଗାତାର କଥାବାର୍ତ୍ତା କରିଥିବା ଜଣାପଡ଼ିଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ଶୁଣିବାକୁ ମିଳୁଛି।
ଆଜ୍ଞା ହଁ ଏପରି ହିଁ ଏକ ଘଟଣା ରାଜସ୍ଥାନର ଅଜମେରର। ଜେତାରଣରେ ପାଲୀରେ ରହୁଥିବା ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ମସ୍ତିଷ୍କର ଆସ୍ତ୍ରେପଚାର ହେବା ସମୟରେ ସେ ଲଗାତାର ଡ଼ାକ୍ତରଙ୍କ ସହ କଥାବାର୍ତ୍ତା କରୁଥିଲେ।
ଅଜମେରର ଏକ ହସ୍ପିଟାଲରେ ଏହି ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ସମୟରେ ସେ ଡ଼ାକ୍ତରଙ୍କ ସହ କଥା ହେଉଥିଲେ। ଡ଼ାକ୍ତର ମଧ୍ୟ ଖୁବ ସଚେତନତା ସହ ବ୍ୟକ୍ତିଙ୍କ ମସ୍ତିଷ୍କରେ ଥିବା ଟ୍ୟୁମରକୁ କାଢି ଥିଲେ।
ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ମସ୍ତିଷ୍କରେ ଯନ୍ତ୍ରଣା ହେବାରୁ ସେ ଡ଼ାକ୍ତରଖାନା ଯାଇ ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଏକ ଟ୍ୟୁମରର ବୋଲି ଜଣାପଡ଼ିଥିଲା।
ଡ଼ାକ୍ତରଙ୍କ କହିବା ଅନୁଯାୟୀ, ମସ୍ତିଷ୍କରେ ଟ୍ୟୁମର ଶବ୍ଦ ନିୟନ୍ତ୍ରଣ କରୁଥିବା ନିକଟ ସ୍ଥାନରେ ଥିଲା। ସେଠାରେ ସର୍ଜରୀ କରାଯାଉଥିଲା। ଟ୍ୟୁମରକୁ କଢା ଯିବାରେ ରୋଗୀଙ୍କ ମୁକ ହେବାର ସମ୍ଭାବନା ଅଧିକ ଥିଲା। ତେଣୁ ରୋଗୀଙ୍କୁ ବେହୋସ କରାନଯାଇ ଅସ୍ତ୍ରୋପଚାର କରାଯାଇଥିଲା। ରୋଗୀଙ୍କୁ ଯନ୍ତ୍ରଣାର ଅନୁଭବ ନହେବା ପାଇଁ ତାଙ୍କ ଲୋକାଲ ଆନାଥେସିୟା ଦିଆଯାଇଥିଲା। ଏହାସହ ଅସ୍ତ୍ରୋପଚାର ସମୟରେ ରୋଗୀଙ୍କୁ ଏହି କାରଣରୁ କଥାବାର୍ତ୍ତା କରିବା ପାଇଁ କୁହାଯାଇଥିଲା। ଖୁବ ସତର୍କତାର ସହ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା।

 

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories