www.samajalive.in
Saturday, December 6, 2025
26.1 C
Bhubaneswar

ଦକ୍ଷିଣ କାଶ୍ମୀରରେ ସେନାର ଅପରେସନ ଅଲ୍‍ଆଉଟ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ପୁଲିସର ୩ ଜଣ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍‍ପିଓ)ଙ୍କ ହତ୍ୟା ଘଟଣା ପୁନଃ ରାଜ୍ୟର ସୁରକ୍ଷାବାହିନୀଙ୍କ ନିଦ ଉଡ଼ାଇ ଦେଇଛି। ଏହି ଘଟଣାର ୨୪ ଘଣ୍ଟା ନ ପୁରୁଣୁ ସେମାନଙ୍କ ହତ୍ୟାକାରୀଙ୍କୁ ଧରିବା ଲାଗି ସୁରକ୍ଷାବାହିନୀ ଶନିବାର ପୂର୍ବାହ୍ଣରୁ ଅପରେସନ ଅଲଆଉଟ ଆରମ୍ଭ କରିଛି। ସୂଚନା ଅନୁସାରେ ସେନାର ୫୩ ଓ ୫୫ ରାଇଫଲ୍ସ, ୨୩ ଅର୍ଦ୍ଧସାମରିକ ବାହିନୀ, ରାଜ୍ୟ ପୁଲିସ ଓ ସିଆର୍‍ପିଏଫ୍‍ର ୧୮୨ ଏବଂ ୧୮୩ ବାଟାଲିଅନ ଯବାନମାନେ ମିଳିତ ଭାବେ ପୁଲୱାମା ଓ ସୋପିଆନ୍‍ ଜିଲାର ୧୦ଟି ଗ୍ରାମକୁ ଘେରାଉ କରିଛନ୍ତି। ଏଠାରେ ପ୍ରାୟ ୭୦୦ ଯବାନଙ୍କୁ ମୁତୟନ କରାଯାଇଛି। ଏହି ମିଳିତ ବାହିନୀରେ ରାଜ୍ୟର ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍‍ପିଓ) ମଧ୍ୟ ସାମିଲ ଥିବା ଜଣାପଡିଛି। ପୁଲୱାମାର ଅରମୁଲା, ଅଲିପୁରୋ, ନାଓପୋରା, ପାୟିନ, ଭାତନୁର, ଗନବାଗ ଏବଂ ହାଜିଦାରପୁରା ସମେତ ସୋପିଆନର ଦୁଇଟି ଗ୍ରାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମିଳିତବାହିନୀ ଘରକୁ ଘର ବୁଲି ଅନୁସନ୍ଧାନ ଚଳାଇଛି।
ତେବେ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଶେମରଲଠାରେ ଏହି ଘେରାଉବେଳେ ସୁରକ୍ଷା ବାହିନୀ ଓ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟି ୬ ଜଣ ସାଧାରଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ସଂଘର୍ଷ ସତ୍ତ୍ବେ ସେଠାରେ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଅଞ୍ଚଳରେ ମୋବାଇଲ ସେବା ଉପରେ କଟକଣା ଲାଗୁ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗତ ୨୪ ଘଣ୍ଟା ମଧ୍ୟରେ ବାନ୍ଦିପୋରାରେ ଦୁଇଟି ପୃଥକ୍‍ ଘଟଣାରେ ୫ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ନିପାତ କରିଛି। ଶୁକ୍ରବାର ପୂର୍ବାହ୍ଣରେ ଆତଙ୍କବାଦୀମାନେ ୩ ଜଣ ଏସ୍‍ପିଓଙ୍କୁ ଘରୁ ଟାଣି ନେଇ ହତ୍ୟା କରିଥିଲେ। ଏହି ଘଟଣାରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ହାତ ଥିବା ପୁଲିସ କହିଛି। ସରକାରୀ ଚାକିରି ନ ଛାଡିଲେ ହତ୍ୟା କରାଯିବ ବୋଲି ଏସ୍‍ପିଓଙ୍କୁ ଏକ ଭିଡିଓ ମାଧ୍ୟମରେ ଧମକ ଦେବା ପରେ ହିଜବୁଲ ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଏସ୍‍ପିଓଙ୍କ ହତ୍ୟା ଘଟଣାରେ ଭୟଭୀତ ହୋଇ ପ୍ରାୟ ୮ ଜଣ ଏସ୍‍ପିଓ ଇସ୍ତଫା ଦେଇଥିବା ଖବର ପ୍ରକାଶ ପାଇଥିଲା। ମାତ୍ର ଏହି ଖବରକୁ ରାଜ୍ୟ ପୁଲିସ ଅସ୍ୱୀକାର କରିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories