www.samajalive.in
Monday, December 8, 2025
14.1 C
Bhubaneswar

ଏଣିକି ଅନ୍‍ଲାଇନରେ ଶିକ୍ଷକ ପରୀକ୍ଷା

କାଉନ୍‍ସେଲିଂରେ ନିଯୁକ୍ତି ହେବେ ୨୭୪୦ ଶିକ୍ଷକ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ନିଯୁକ୍ତିରେ କେତେକ ସଂସ୍କାର ଅଣାଯାଇଛି। ଏଣିକି ପ୍ରତ୍ୟେକ ପ୍ରାର୍ଥୀ ନିର୍ଦିଷ୍ଟ ଯୋଗ୍ୟତା ସହିତ ଅନ୍‍ଲାଇନ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଯାଇ ଶିକ୍ଷକ ଚାକିରି ପାଇବେ। ଏହି ମର୍ମରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସଂକଳ୍ପନାମା ପ୍ରସ୍ତୁତ ହୋଇଥିବାବେଳେ ଏହାଦ୍ୱାରା ଆଗାମୀ ଦିନରେ ଉତ୍ତମମାନର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ ମିଳିପାରିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ବିଭାଗ ପକ୍ଷରୁ ଶିକ୍ଷକ ଅଭାବ ପୂରଣ କରିବାପାଇଁ ଖୁବ୍‍ଶୀଘ୍ର ୨୭୪୦ ଜଣ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ହେବ। ଯେଉଁମାନେ ବିଏ, ବିଏଡ ସହିତ ଓଏସ୍‍ଟିଇଟି ତାଲିମ ହାସଲ କରିଥିବେ ସେହି ପ୍ରାର୍ଥୀମାନେ ହିଁ ଶିକ୍ଷକ ଆବେଦନ କରିପାରିବେ। ଚଳିତବର୍ଷଠାରୁ ପ୍ରଥମଥର ପାଇଁ ନିଯୁକ୍ତି ପ୍ରକ୍ରିୟାରେ ବିଟେକ୍‍ ଓ ବିଇ ଯୋଗ୍ୟତା ପ୍ରାର୍ଥୀଙ୍କୁ ସାମିଲ କରାଯାଇଛି। ଅନ୍‍ଲାଇନରେ ଆବେଦନ ପ୍ରକ୍ରିୟା ସହିତ ପରୀକ୍ଷା ମଧ୍ୟ କରାଯିବ। ଯଦି ବାହାର ରାଜ୍ୟରେ କେହି ପ୍ରାର୍ଥୀ ତାଲିମ ପାଇଥିବେ ତେବେ ସେ ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ବୋଲି ପ୍ରମାଣପତ୍ର ସହିତ ଆବେଦନ କରିବେ। ସାଧାରଣ ବର୍ଗଙ୍କ ପାଇଁ ୫୦ ପ୍ରତିଶତ କ୍ୟାରିଅର ମାର୍କ ଧରାଯିବାକୁ ରହିଥିବାବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଦିବ୍ୟାଙ୍ଗ ପ୍ରଭୃତି ବର୍ଗଙ୍କ ପାଇଁ ୪୫ପ୍ର୍ରତିଶତ ମାର୍କର ରିଆତି ସୁବିଧା ଦିଆଯିବ। ଏହାସହିତ ବୟସ କ୍ଷେତ୍ରରେ ମଧ୍ୟ କୋହଳ ରଖାଯିବ। ସବୁଠାରୁ ବଡ଼ କଥା ହେଲା ସବୁ ଆବେଦନକାରୀ ପ୍ରାର୍ଥୀଙ୍କର ପରୀକ୍ଷା ଫଳ ୱେବ୍‍ସାଇଟରେ ପ୍ରଦର୍ଶନ କରାଯିବ। ଯେଉଁମାନେ ଅକୃତକାର୍ଯ୍ୟ ହୋଇଥିବେ ତାହାର କାରଣ ସହିତ ଦର୍ଶାଯିବ। ଯଦି ସେମାନେ ଏହି ଫଳାଫଳକୁ ନେଇ କିଛି ଅଭିଯୋଗ କରିବାର ଥିବ ତେବେ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ବିଭାଗକୁ ଅଭିଯୋଗ କରିବେ। ଏହାକୁ ବିଭାଗୀୟ ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ଜରିଆରେ ଶୁଣାଣି କରାଯାଇ ଫଳ ପ୍ରକାଶନ କରାଯିବ।
ସେହିପରି କେଉଁ ସ୍ଥାନରେ ନିଯୁକ୍ତି ପାଇବେ ସେଥିରେ ମଧ୍ୟ ସ୍ୱଚ୍ଛତା ଅବଲମ୍ବନ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ କାଉନସେଲିଂ କରାଯିବ। କାଉନସେଲିଂ ବେଳେ ଯେଉଁ ଯୋଗ୍ୟ ଶିକ୍ଷକ ଯେଉଁଠି ନିଯୁକ୍ତି ପାଇବାକୁ ଇଚ୍ଛା ପ୍ରକାଶ କରିବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯିବ। ଆଗାମୀ ଦିନରେ ଶିକ୍ଷକଙ୍କ ବଦଳିକୁ ନେଇ ସୃଷ୍ଟି ହେଉଥିବା ସମସ୍ୟା ଉପୁଜିବ ନାହିଁ ବୋଲି ବିଭାଗ ନିଷ୍ପତ୍ତି ନେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories