ମହଙ୍ଗା ପଡିଲା ଅନଲାଇନ ପ୍ରେମ, ବଳତ୍କାର ଅଭିଯୋଗରେ ଯୁବକ ଗିରଫ
ଆଠଗଡ : ଫେସବୁକରେ ବନ୍ଧୁତା ଓ ତାପରେ ଚାଟିଂ ଏବଂ ଶେଷରେ ପ୍ରେମ ହୋଇଥିଲା। ଶେଷରେ ଝିଅ ଓ ପୁଅ ଗତ ଏପ୍ରିଲ ୯ତାରିଖରେ ଫେରାର ହୋଇ ଯାଇଥିଲେ। ଏହି ଘଟଣା ଘଟିଛି ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତର ପାଟଲିଙ୍ଗା ଗ୍ରାମରେ। ସେହି ଗ୍ରାମର ଜଣେ ନାବାଳିକା ଯୁବତୀଙ୍କ ସହ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା ଅନ୍ତର୍ଗତ ସାନ କୋରକୋରା ଗ୍ରାମର ବିପ୍ର ଦାସଙ୍କ ପୁଅ ରବିନ୍ଦ୍ର (୨୩)ଙ୍କର ଅନଲାଇନ ପ୍ରେମ ସଂପର୍କ ଗଢି ଉଠିଥିଲା। ଏହା ପରେ ସେମାନେ ଘରଛାଡି ପଳାଇବା ପାଇଁ ନିଷ୍ପତ୍ତି ନେବା ସହ ଏପ୍ରିଲ ୯ତାରିଖରେ ଫେରାର ହୋଇଯାଇଥିଲେ । ଏ ସଂପର୍କରେ ଝିଅର ପରିବାର ଲୋକ ଆଠଗଡ ଥାନାରେ ଗତ ଏପ୍ରିଲ ୧୦ତାରିଖରେ ଏତଲା ଦେବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା । ପୂର୍ବରୁ ଦୁଇ ଦୁଇ ଥର ବିଭିନ୍ନ ସ୍ଥାନରେ ଚଢଉ କରିଥିବାବେଳେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇନଥିଲା ଆଠଗଡ ପୁଲିସ । ତେବେ ଶେଷରେ ଆଠଗଡ ପୁଲିସ ସେମାନଙ୍କୁ ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅଞ୍ଚଳରୁ ଧରିବା ପରେ ସଂପୃକ୍ତ ଯୁବକକୁ ଗିରଫ କରିଥିବା ଜଣାପଡିଛି । ନାବାଳିକା ଯୁବତୀ ଡାକ୍ତରୀ ପରୀକ୍ଷା ପାଇଁ ରାଜି ନହେବାରୁ ବସୁନ୍ଧରା ସୁଧାର ଗୃହକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ବାମଦେବ ସ୍ୱାଇଁ ପ୍ରକାଶ କରିଛନ୍ତି । ସଂପୃକ୍ତ ଯୁବକ ରବିନ୍ଦ୍ରକୁ ଆଠଗଡ ଥାନା କେଶ ନଂ୮୩/୨୨ମ୍ବର ରେ ଧାରା ୩୬୩, ୩୬୬, ୩୭୬,(୨ଏନ୍) ଓ ୬ ପୋକ୍ସୋ ଧାରା ଲଗାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
Comments are closed.