www.samajalive.in
Monday, December 15, 2025
26.1 C
Bhubaneswar

ଅନ୍‌ଲାଇନ‘ଫ୍ରି ଫାୟାର’, ରମି ଓ ‘ଲୁଡୋ’ ଖେଳ ହେଲା କାଳ – ବାପାଙ୍କ ଆକାଉଣ୍ଟ ଖାଲି କରିବା ପରେ ଘର ଛାଡି ପଳାଇଲେ ଯୁବକ

ଧାମନଗର (ସପ୍ର): ଅନଲାଇନ ଖେଳ ଏବେ ଯୁବ ବର୍ଗକୁ ପଥଭ୍ରଷ୍ଟ କରୁଛି। ଏହି ମୋବାଇଲ ଓ ଅନଲାଇନ ଖେଳ ପାଇଁ ଅଜାଣତରେ ନିଜ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଛନ୍ତି ଯୁବ ସମାଜ। ଏହି ଖେଳ ଖେଳି ଅଭିଭାବକଙ୍କ କଷ୍ଟ ଅର୍ଜିତ ଟଙ୍କା ହରାଉଥିବା ବେଳେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଦିହୁଡି ଆନନ୍ଦପୁର ପଞ୍ଚାୟତରେ। ଭଦ୍ରକ ଧାମନଗର ଥାନା ଦିହୁଡ଼ି ଆନନ୍ଦପୁର ଚମ୍ପାବାଗ ଗାଁର ପଦ୍ମନାଭ ନାୟକଙ୍କ ପୁଅ ଖଗେଶ୍ୱର ନାୟକ(୧୯)। ଖଗେଶ୍ବର ମୋବାଇଲରେ ଅନଲାଇନ ଖେଳ ଖେଳି ବାପାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଇଛନ୍ତି।

ଶେଷରେ ଘର ଲୋକଙ୍କ ଭୟରେ ଘରୁ କେଉଁଆଡେ ଚାଲିଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ବାପା। ପାଠ ପଢ଼ିବା ବେଳେ ଖଗେଶ୍ବର ଏକ ଦୋକାନରେ କାମ କରୁଥିଲେ। ହଠାତ ମୋବାଇଲ ପାଇଁ ଜିଦି କରିଥିଲେ। ଅଳ୍ପ ସଞ୍ଚୟରୁ ବାପା ଖଗେଶ୍ୱର ପାଇଁ ମୋବାଇଲଟିଏ କିଣି ଦେଇଥିଲେ। କିନ୍ତୁ ପୁଅ ମୋବାଇଲରେ ‘ଫ୍ରି ଫାୟାର’ ରମି ଓ ‘ଲୁଡୋ’ ଖେଳ ଖେଳିବାରେ ବ୍ୟସ୍ତ ରହୁଥିଲେ।

- Advertisement -

ଏହି ଖେଳରେ ସେ ବାପାଙ୍କ ଆକାଉଣ୍ଟରୁ ପ୍ରାୟ ୨୪ ହଜାର ଟଙ୍କା କାଟିଦେଇଛନ୍ତି। ବାପାଙ୍କ ଗାଳି ଭୟରେ ମୋବାଇଲକୁ ଘରେ ରଖି ୩ ଦିନ ହେଲା ଖଗେଶ୍ବର କେଉଁଆଡ଼େ ଚାଲିଯାଇଛନ୍ତି। ପଡ଼ୋଶୀ, ସାଙ୍ଗସାଥି ଓ ବନ୍ଧୁଙ୍କ ଘରେ ପଚରା ଉଚୁରା ପରେ ଘର ଲୋକେ ଥାନାରେ ଏତଲା ଦେଇଛନ୍ତି। ୩ ଦିନ ହେଲା ପୁଅର କୌଣସି ସନ୍ଧାନ ନ ପାଇ ପରିବାର ଲୋକେ ଏବେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ପୁଲିସ ଏକ ନିଖୋଜ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories