www.samajalive.in
Sunday, December 14, 2025
19.1 C
Bhubaneswar

ଅର୍ଡର କରିଥିଲେ ପ୍ରସାଧାନ ସାମଗ୍ରୀ, ଆସିଲା କୁମ୍ଭୀର ଛୁଆ

ନୂଆଦିଲ୍ଲୀ: କେତେକ ପ୍ରସାଧାନ ସାମଗ୍ରୀ ପାଇଁ ଜଣେ ମହିଳା ଅନ୍‍ଲାଇନ୍‍ରେ ଅର୍ଡର ଦେଇଥିଲେ। ପାର୍ସଲ୍‍ ଆସିଲା। କିନ୍ତୁ ପାର୍ସଲ ଖୋଲିବା ବେଳେ ତା ଭିତରେ କୁମ୍ଭୀର ଛୁଆ ଓ ଝିଟିପିଟି ଥିବା ଦେଖିବାକୁ ମିଳିଥିଲା। ଏଭଳି ଘଟଣା ଘଟିଛି ଚୀନ୍‍ରେ। ଏହାପୂର୍ବରୁ ମଧ୍ୟ ଗେଜେଟ୍‍ ପାଇଁ ଅନ୍‍ଲାଇନ୍‍ ଅର୍ଡର ଦେଇଥିବା କିଛି ଗ୍ରାହକ ସାବୁନ୍‍ ଓ ଇଟା ପାଇଥିବାର ଅଭିଯୋଗ ଆସିଥିଲା। ଉପରୋକ୍ତ ଘଟଣା ପରେ ଅନ୍‍ଲାଇନ୍‍ ସପିଂକୁ ନେଇ ପୁଣି ଥରେ ସଂଶୟ ବଢ଼ିଛି।
ଚୀନ୍‍ର ସୁଇଚାଙ୍ଗ ସ୍ଥିତ ଝାଙ୍ଗ ନାମକ ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ କୋରିୟର କମ୍ପାନୀ ଚାରୋଟି ପ୍ୟାକେଟ୍‍ ଦେଇଥିଲା। ତିନିଟି ପ୍ୟାକେଟ୍‍ରେ ଅର୍ଡର ଅନୁଯାୟୀ ସାମଗ୍ରୀ ଥିବା ବେଳେ ଚତୁର୍ଥ ପ୍ୟାକେଟ୍‍ର ଆକାର ଅଲଗା ପ୍ରକାର ଥିଲା। ସେଥିରୁ କିଛି ଦୁର୍ଗନ୍ଧ ବାହାରୁଥିଲା। ପ୍ୟାକେଟ୍‍ ଖୋଲିବା ପରେ ସେଥିôରେ କୁମ୍ଭୀର ଛୁଆ ଓ ଝିଟିପିଟି ଥିବା ଦେଖିବାକୁ ମିଳିଥିଲା। ମହିଳା ଓ ତାଙ୍କ ସ୍ୱାମୀ ଏ ସମ୍ପର୍କରେ ସ୍ଥାନୀୟ ପୁଲିସ ଥାନାରେ ଏତଲା ଦେଇଥିଲେ। ପୁଲିସ ଅନୁସନ୍ଧାନ ପରେ ଜାଣିବାକୁ ପାଇଛି ଯେ ପାର୍ସଲ୍‍ରେ ଆସିଥିବା କୁମ୍ଭୀର ଛୁଆ ଉପରେ ଏକ କୋଡ୍‍ ବା ସଂକେତ ରହିଛି। ସଂକେତକୁ ଅନୁଧ୍ୟାନ କରିବା ପରେ ତାହା ଏକ କୁମ୍ଭୀର ପ୍ରଜନନ କେନ୍ଦ୍ରର ବୋଲି ଜଣାପଡ଼ିଛି। ତେଣୁ ସେଠାରୁ କେହି ଚୋରି କରିଥିବା ସନ୍ଦେହ କରାଯାଉଛି। ପାର୍ସଲ୍‍ଟି ଭୁଲ୍‍ ଠିକଣାରେ ଆସିଯାଇଥିବା କୋରିୟର କମ୍ପାନୀ କହିଛି। ତେବେ କିଏ ସେହି ପାର୍ସଲ୍‍ ପଠାଇଛି ସେ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories