www.samajalive.in
Saturday, December 6, 2025
15.1 C
Bhubaneswar

ପିଆଜ ପରଟା

ଆବଶ୍ୟକ ସାମଗ୍ରୀ
ମଇଦା – ୪୦୦ଗ୍ରାମ
ଅଟା – ଅଳ୍ପ
ଜୁଆଣୀ – ଅଳ୍ପ
ବଟର – ୪ଚାମଚ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
କଟା ରସୁଣ – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
କଞ୍ଚା ଲଙ୍କା – ୨ଟି
ଘିଅ – ଅଳ୍ପ
ବେକିଙ୍ଗ ପାଉଡ଼ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ –ଏକ ପାତ୍ରରେ ପିଆଜ, କଞ୍ଚା ଲଙ୍କା, ଲୁଣ, ଧନିଆ ପତ୍ର ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ଅଟା, ମଇଦା, ବଟର , ରସୁଣ, ବେକିଙ୍ଗ ପାଉଡ଼ରକୁ ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟାରୁ ଗୋଲ ଆକୃତିର ଗୁଳା ପ୍ରସ୍ତୁତ କରନ୍ତୁ। ଗୁଳାକୁ ଛୋଟ ରୁଟି ଆକୃତିର ବେଲି ଏହା ଭିତରେ ପିଆଜର ମିଶ୍ରଣ ଭର୍ତ୍ତି କରନ୍ତୁ। ଏହାପରେ ଗୁଳାର ଚାରିପଟକୁ ବନ୍ଦ କରି ପରଟା ଆକୃତିର ବେଲି ଦିଅନ୍ତୁ। ବେଲିବା ପରେ ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ଏବେ ତାୱାରେ ବେଲି ଥିବା ପରଟାକୁ ସେକନ୍ତୁ। ଗୋଟେ ପଟ ସେକିବା ପରେ ଘିଅ ଲଗାଇ ପୁଣି ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଆଜ ପରଟା। ଏହାକୁ ଚଟଣି ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories