www.samajalive.in
Monday, December 15, 2025
26.1 C
Bhubaneswar

ଏହି ଉପାୟରେ କରନ୍ତୁ ପିଆଜର ବ୍ୟବହାର ମିଳିଥାଏ ଚତ୍ମକାରୀ ଲାଭ

ପିଆଜକୁ ସାଧାରଣଭାବରେ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରୁ। ମାତ୍ର ସଭିଏଁ ହୁଏତ ଜାଣିନଥିବେ ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଆମ ମୁହଁ ଓ ଓଠର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆମେ ପିଆଜକୁ କିଭଳି ବ୍ୟବହାର କରିବା ….
ପିଆଜକୁ ଚର୍ମକୁ ପରିଷ୍କାର କରିବା ତଥା ଉଜ୍ୱଳ କରିବା ପାଇଁ ବ୍ୟବହାର କରି ପାରିବା। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଥିବାରୁ ପିଆଜକୁ ପେଷ୍ଟ କରି ଏହାକୁ ମୁହଁରେ ଲଗାଇଲେ ମୁହଁର ଚମକ ବୃଦ୍ଧି ପାଇଥାଏ।
ପିଆଜରେ ଭିଟାମିନ ଏ, ସି ଓ ଇ ଥିବାରୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମିକୁ ପ୍ରତିହତ କରିବା ସହ ଚର୍ମକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିବା ସହ ଉଜ୍ୱଳତା ପ୍ରଦାନ କରିଥାଏ।
ପିଆଜର ରସକୁ ମୁହଁରେ ଲଗାଇଲେ ମୁହଁରେ ଥିବା କଳାଦାଗ ଦୂର ହୋଇଥାଏ।
୧ ଚାମଚ ପିଆଜ ରସ, ବେସନ ୧ ଚାମଚ ଅଳ୍ପ କ୍ଷୀର ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇବା ଦ୍ୱାରା ମୁହଁ ଗୋରା ଓ ଉଜ୍ୱଳ ହୋଇଥାଏ।
ପିଆଜର ରସ ସହ ଭିଟାମିନ-ଇ ମିଶାଇ ଏହାକୁ ରାତିରେ ଓଠରେ ଲଗାନ୍ତୁ। ସକାଳେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଓଠର କଳାପଣ ଦୂର ହୋଇଥାଏ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories