ଗୁଜରାଟ: ଗୁଜରାଟର ଭାବନଗର ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଶିଶୁ ମୁଣ୍ଡରେ ପ୍ରେସର କୁକର ଫସିଯିବା ଫଳରେ ଅବସ୍ଥା ଏପରି ହେଲା ଯେ ଶେଷରେ ତାକୁ ଡାକ୍ତରଖାନା ନେବାକୁୂ ପଡ଼ିଲା। ସେଠାରେ ଶିଶୁ ଦେହରେ ଅକ୍ସିଜେନ ଲଗାଇ କୁକରକୁ କାଟିବାକୁ ପଡ଼ିଲା।

ଏହି ପୂରା ଘଟଣା ଘଟିଛି ଭାବନଗରର ପିରଛଲ୍ଲା ଗଳିରେ। ଏଠାରେ ବର୍ଷକର ଶିଶୁ ପ୍ରିୟାଂଶୀ ଖେଳୁ ଖେଳୁ ତା’ର ମୁଣ୍ଡ ଏକ ପ୍ରେସର କୁକରରେ ଫସି ଯାଇଥିଲା। ଏହାପରେ ପରିବାର ଲୋକେ ସେହି କୁକରକୁ ତା ମୁଣ୍ଡରୁ ଖୋଲିବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ପରେ ମଧ୍ୟ କୁକରକୁ ବାହାର କରାଯାଇ ପାରି ନ ଥିଲା। ଶିଶୁକୁ ଶ୍ୱାସକ୍ରିୟାରେ ଯେପରି କୌଣସି ଅସୁବିଧା ନ ହେଉ ସେଥିପାଇଁ ଡାକ୍ତର ଶିଶୁ ଦେହରେ ଅକ୍ସିଜେନ ଲଗାଇଥିଲେ। ଏହାପରେ ବାସନ କାଟିବା ବ୍ୟକ୍ତିଙ୍କୁୂ ଡକା ଯାଇଥିଲା। ଦୀର୍ଘ ୪୫ ମିନିଟର କସରତ ପରେ କଟର ସାହାଯ୍ୟରେ କୁକରକୁ କାଟି ଶିଶୁର ମୁଣ୍ଡ ବାହାର କରାଯାଇଥିଲା। ଏଥିରେ ଶିଶୁ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ଡାକ୍ତରଙ୍କ କହିବାନୁସାରେ ଆଉ କିଛି ସାମାନ୍ୟ ପରୀକ୍ଷା କରାଯାଇ ଖୁବଶୀଘ୍ର ଶିଶୁକୁ ଡିସଚାର୍ଜ କରାଯିବ।

ସାମାଜିକ ଗଣମାଧ୍ୟମରେ ଶିଶୁର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ଶିଶୁଙ୍କ ପ୍ରତି ଅଧିକ ଧ୍ୟାନ ଦେବା ନେଇ ଆଲୋଚନା ହେଉଛି।



